Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେତାଜୀ ବସ ଟର୍ମିନାଲକୁ ନେଇ ପୁଣି ବିବାଦ

Odisha

ନେତାଜୀ ବସ ଟର୍ମିନାଲକୁ ନେଇ ପୁଣି ବିବାଦ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ନେତାଜୀ ବସ ଟର୍ମିନାଲକୁ ନେଇ ପୁଣି ବିବାଦ

Key Points

ନେତାଜୀ ବସ ଷ୍ଟାଣ୍ଡ ବିବାଦ ଥମିବାରେ ନା ଧରୁନି ।
ଦୁଇ ଚକିଆ ଯାନର ପାର୍କିଂ ଫିକୁ ନେଇ ଉଠିଛି ନୂଆ ବିବାଦ ।

 

ଅର୍ଗସ ବ୍ୟୁରୋ : ନୂତନ ଭାବେ ନିର୍ମିତ ନେତାଜୀ ବସ ଟର୍ମିନାଲ ଗତ ସେପ୍ଟେମ୍ବର ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନ ହୋଇଥିଲା। ଉଦଘାଟନକୁ ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେବି ବସ ଷ୍ଟାଣ୍ଡର ସମସ୍ୟା ଥମିବାର ନା ଧରୁନି ।ନୂତନ ବସ ଷ୍ଟାଣ୍ଡ, ଉଦ୍ଘାଟନୀ ଦିନଠାରୁ ବସର ପ୍ରବେଶ ଶୁଳ୍କଠୁ ଆରମ୍ବ କରି ଖାଇବା,ପାଣି ନେଇ ବିବାଦ ରହିଥିଲା । ବର୍ତ୍ତମାନ ପୁଣି ନୂତନ ସମସ୍ୟା ଦେଖାଦେଇଛି।

 
ବସ ଷ୍ଟାଣ୍ଡ ହେଉଛି ପବ୍ଲିକ ପ୍ଲେସ ।ସେଠାରେ ଲୋକମାନଙ୍କଠୁ ଆଦାୟ ହେଉଛି ଫି ।ଫି ବାବଦରେ ଆଦାୟ ହେଉଛି ୧୦ ଟଙ୍କା ।ବସ ଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଦ୍ୱାୟିତ୍ୱରେ ଥିବା କଟକ ଡେଭଲପମେଣ୍ଟ ଅଥରିଟି ମ୍ୟୁଟ ଭେଞ୍ଚର  ନାମକ ବେସରକାରୀ ସଂସ୍ଥାକୁ ଶୁଳ୍କ ଆଦାୟ ପାଇଁ ଦ୍ୱାୟତ୍ୱ ଦେଇଛନ୍ତି ।ପାର୍କିଂ ଫିର ରସିଦର ତଳ ଭାଗରେ ଉଲ୍ଲେଖ ଅଛି ଯେ,ପାର୍କିଂରେ ଗାଡି ରହୁଥିବା ସମୟରେ ଚୋରି ଓ କିଛି ଅସୁବିଧା ହେଲେ ,ସେଥିପାଇଁ ସମ୍ପୃକ୍ତ କମ୍ପାନୀ ଦାୟୀ ରହିବ ନାହିଁ ।ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି ।

ଲୋକମାନଙ୍କ କହିବାନୁଯାୟୀ ପବ୍ଲିକ ପ୍ଲେସ ରୁ ପାର୍କିଂ ଫି ଆଦାୟ କରିବା ବେଆଇନ। ଯଦି ଆଦାୟ କରୁଛ ତାହାଲେ ସୁରକ୍ଷା ଦେବା ବଦଳରେ ଗାଡିର କିଛି ଅସୁବିଧା ଘଟିଲେ କର୍ତ୍ତୃପକ୍ଷ ଦାୟୀ ନ ରହିବା କେତେଦୂର ଠିକ ?
କଟକ ମେୟରଙ୍କ କହିବା ଅନୁଯାୟୀ ନୂତନ ଭାବେ ନିର୍ମିତ ବସ ଷ୍ଟାଣ୍ଡରେ ସିସିଟିଭି ଓ ୨୪ ଘଣ୍ଟିଆ ସିକ୍ୟୁରିଟିର ବ୍ୟବସ୍ତା କରାଯାଇଛି ।ଯେହେତୁ ବେସରକାରୀ ସଂସ୍ଥାକୁ ଟିକେଟ ନେବା ନେଇ ଦ୍ୱାୟିତ୍ୱ ଦିଆଯାଇଛି  ଓ ବସ ଷ୍ଟାଣ୍ଡର ଦ୍ୱାୟିତ୍ୱ କଟକ ଡେଭଲପମେଣ୍ଟ ଅଥରିଟି ହାତରେ ଅଛି, ଏଭଳି ତ୍ରୁଟି ପାଇଁ ଆମେ ଅଧିକାରୀଙ୍କ ସହ ଆଲୋଚନା କରିବୁ । କଟକ ଡେଭଲପମେଣ୍ଟ ଅଥରିଟିର ଭାଇସ ଚେୟାରମ୍ୟାନ ପବନ କଲ୍ୟାଣ କ୍ୟାମେରା ସାମ୍ନାରେ କିଛି ନ କହିଥିଲେବି ଏଭଳି ତ୍ରୁଟିର ସମାଧାନ ଖୁବଶୀଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର...

Sponsored
Controversy again over Netaji Bus Terminal | Argus English