|
logo
Live

Argus News - ଭଣ୍ଡାର ବୋଲାଉଥିବା ଜିଲ୍ଲା ଆଜି ଶୂନ୍ୟ

Odisha

ଭଣ୍ଡାର ବୋଲାଉଥିବା ଜିଲ୍ଲା ଆଜି ଶୂନ୍ୟ

Smruti Parija
Browse all articles by Smruti Parija
·2 years ago·2 min read
ଭଣ୍ଡାର ବୋଲାଉଥିବା ଜିଲ୍ଲା ଆଜି ଶୂନ୍ୟ

ଜୟପୁର: ଗତ କିଛିଦିନ ଧରି ପିଆଜ ଦରକୁ ନେଇ ଛାନିଆ ଖାଉଟି । କିଲୋ ପ୍ରତି 8 ରୁ ବଢି ଏବେ ପିଆଜ 80 । ଏ ହେଉଛି ଜୟପୁର ସହରର ଦୃଶ୍ୟ । ବେକରେ ପିଆଜ ମାଳ ପକାଇ ପ୍ରତିବାଦ କରିଛି କୋରାପୁଟ ମହିଳା କଂଗ୍ରେସ । ବାହାରେ କିଲୋପ୍ରତି 60 ରୁ 80 ଟଙ୍କାରେ ପିଆଜ ବିକ୍ରୀ ହେଉଥିବାବେଳେ କଂଗ୍ରେସ ମହିଳା ନେତ୍ରୀମାନେ ଏହାକୁ 30 ଟଙ୍କାରେ ବିକ୍ରୀ କରୁଛନ୍ତି । ସେଥିପାଇଁ ପିଆଜ ନେବାକୁ ଲୋକଙ୍କ ମଧ୍ୟରେ ମାଡଗୋଳ ।  

ଦିନ ଥିଲା ରାଜ୍ୟର ସବୁଠାରୁ ଅଧିକ ପିଆଜ ଚାଷ ହେଉଥିବା ଜିଲ୍ଲାରେ ଗଣା ହଉଥିଲା କୋରାପୁଟ । ହେଲେ ଆଜି ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ନା ଏଠି ଚାଷୀଙ୍କୁ ପିଆଜ ଚାଷ ପ୍ରତି କେବେ ପ୍ରୋତ୍ସାହନ ଦିଅଗଲା ନା ପୂର୍ବରୁ ଉର୍ପାଦନ ହେଉଥିବା ପିଆଜକୁ ସରଂକ୍ଷିତ ରଖିବା ପାଇଁ କରାଗଲା କୌଣସି ପ୍ରୟାସ । ଯାହାର ଫଳ ଏବେ ସିଧାସଳଖ ଭୋଗୁଛନ୍ତି ଖାଉଟି। ଖାଲି ଏତିକି ନୁହେଁ ବର୍ତ୍ତମାନ ଖାଉଟି ଯେତିକି ହଟହଟା ବେପାରୀ ବି ସେତିକି ହଟହଟା । ସମସ୍ତ ବାଣିଜ୍ୟ ଅନୁଷ୍ଠାନ ଅର୍ଥାତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ହୋଟେଲର ବି ସମାନ ଅବସ୍ଥା । 

ଆକାଶ ଛୁଆଁ ଦର, ପିଆଜ କେଜି ୭୦ ପାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଲଗାତାର କୃଷି ଆଉ କୃଷକଙ୍କୁ ସବୁଠାରୁ ଅଧିକା ଗୁରୁତ୍ଵ ଦେବା କଥା କହୁଥିବା ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି କୋରାପୁଟ ମହିଳା କଂଗ୍ରେସ । ଆଜି ପିଆଜ ଦରଦାମ ବୃଦ୍ଧିକୁ ନେଇ ଜୟପୁର କଂଗ୍ରେସ ଭବନ ସାମ୍ନାରେ 23 ବର୍ଷର ଏହା ଏକ ବଡ ବିଫଳତା ବୋଲି କହିଛନ୍ତି । କୃଷି ମନ୍ତ୍ରୀଙ୍କୁ ଭର୍ସନା କରିଛନ୍ତି । 

ସବୁଠାରୁ ବଡ କଥା ବର୍ତ୍ତମାନ ଖାଲି ପିଆଜ ନୁହେଁ ଧାନ, ମାଣ୍ଡିଆ, ଅଦା ଭଳି ଅନେକ ଖାଦ୍ୟ ଶସ୍ୟ କୋରାପୁଟ ଜିଲ୍ଲାରୁ ଉତ୍ପାଦନ ଦେଉଛି । ଯାହା ରାଜ୍ୟ ବାହାରେ ତାର ଚାହିଦା ବଢାଇଛି । କିନ୍ତୁ ଏ ସବୁକୁ କେମିତି ଆହୁରି ଅଧିକା ବୃଦ୍ଧି କରାଯିବ ଚାଷୀଙ୍କୁ କେମିତି ଆହୁରି ଅଧିକା ତାଲିମ ଦିଆଯିବ ଏ ସବୁ ଶସ୍ୟକୁ କେମିତି ସଞ୍ଚୟ କରି ରଖାଯିବ ତା ଉପରେ ସରକାର ସମ୍ପୂର୍ଣ୍ଣ ବିଫଳ। 
 

Sponsored
ଭଣ୍ଡାର ବୋଲାଉଥିବା ଜିଲ୍ଲା ଆଜି ଶୂନ୍ୟ | Argus English