|
logo
Live

Argus News - ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀରେ ୮୦ ପ୍ଲାଟୁନ୍ ପୋଲିସ ମୁତୟନ

Odisha

ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀରେ ୮୦ ପ୍ଲାଟୁନ୍ ପୋଲିସ ମୁତୟନ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀରେ ୮୦ ପ୍ଲାଟୁନ୍ ପୋଲିସ ମୁତୟନ

ଭୁବନେଶ୍ଵର: ବିଧାନସଭା ଚଳାଇ ଦେଲେନି । ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କଲେ । ନିଲମ୍ବନ ପରେ ବିଧାନସଭା ଭିତରେ ଓ ବାହାରେ ହାଇଡ୍ରାମା କଲେ । ମାର୍ସଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ବି କଲେ । ଆଉ ଏବେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଆଜି କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଅଣ୍ଟା ଭିଡ଼ିଛି ।


ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରା ଯାଉଥିବା କୁହାଯାଉଛି । ବିଧାନସଭାର ବଜେଟ୍ ଅଧିବେଶନ ଜାରି ରହିଥିବାରୁ ଘେରାଉକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ପୋଲିସ । ବିଧାନସଭାର ୩ ନମ୍ବର ଗେଟ୍ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।


କଂଗ୍ରେସର ଘେରାଉ କାର୍ଯ୍ୟକ୍ରମ ପାଇଁ ଆଜି ରାଜଧାନୀରେ ମୁତୟନ ହୋଇଛନ୍ତି ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଯେ କେହି ବି ଆଇନ୍ ଉଲ୍ଲଂଘନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭୁବନେଶ୍ଵର ଡିସିପି ଜଗମୋହନ ମୀନା କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁରକ୍ଷାକୁ ପୋଲିସ ଗୁରୁତ୍ଵ ଦେଇଛି । ଘେରାଉ ସମୟରେ ୧୦ ପ୍ଲାଟୁନ୍ ମହିଳା ପୋଲିସ ନିୟୋଜିତ ରହିବେ । ଏଜି ଛକ, ଲୋକସେବା ଭବନ ଗେଟ , ବିଧାନସଭାର ୪ଟି ଗେଟ, ରବୀନ୍ଦ୍ର ମଣ୍ଡପ ଛକ, ଆଇଆଣ୍ଡପିଆର୍ ଛକ, ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନ ପୋଲିସ ଛାଉଣିରେ ରହିବ । ରାଜମହଲରୁ ରୂପାଲି ଛକ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

Sponsored
ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀରେ ୮୦ ପ୍ଲାଟୁନ୍ ପୋଲିସ ମୁତୟନ | Argus English