Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରକାରୀ ଜାଗାରେ ଜନ୍ମଦିନ ପାଳି ହଟହଟା ବିଜେଡି ନେତା

Odisha

ସରକାରୀ ଜାଗାରେ ଜନ୍ମଦିନ ପାଳି ହଟହଟା ବିଜେଡି ନେତା

Smruti Parija
Browse all articles by Smruti Parija
·2 years ago·2 min read
ସରକାରୀ ଜାଗାରେ ଜନ୍ମଦିନ ପାଳି ହଟହଟା ବିଜେଡି ନେତା

ଭଦ୍ରକ: ସରକାରୀ ଜାଗାରେ ଜନ୍ମଦିନ ପାଳି । ନିୟମ କାନୁନ ଭୂଲି ଯାଉଛନ୍ତି ବିଜେଡି ନେତା । ସରକାରୀ ଜାଗାରେ ଜନ୍ମଦିନ ପାଳି ବିବାଦରେ ଅସିତ ପଟ୍ଟନାୟକ । ପାୱାର ସୋ ଦେଖାଇଲେ, ବିବାଦରେ ଫସିଲେ । ଜନ୍ମଦିନ ପାଳିବା ନାଁରେ କଲେ ଶକ୍ତି ପ୍ରଦର୍ଶନ । ସ୍ଥାନ ଭଦ୍ରକ ସହର ଆରଏମସି ମାର୍କେଟ କମ୍ପ୍ଲେକ୍ସ । ଭବ୍ୟ ଆୟୋଜନ । ସନ୍ଧ୍ୟା ସମୟ । ସହରରେ ଲମ୍ବା ବାଇକ ରାଲି । ପୁଣି ସାଙ୍ଗକୁ ଡିଜେ ବାଜିଲା ବାଣ ବି ଫୁଟିଲା । ଆଉ ନାରା ଲାଗୁଥିଲା ୱେଲକମ୍ ଅସିତ ପଟ୍ଟନାୟକ । ଜଣାପଡିଲା ବିଜେଡି ନେତା ଅସିତ ପଟ୍ଟନାୟକଙ୍କର ଜନ୍ମପାଳନ ହେଉଛି । ତାହା ବି ଖୁବ ଧୁମ୍ ଧାମ୍ ରେ । 

 ଜନ୍ମଦିନ ପାଳିବା ନାଁରେ ନିଜର ଶକ୍ତି ପ୍ରଦର୍ଶନ କଲେ ଅସିତ ପଟ୍ଟନାୟକ । ରାସ୍ତାଘାଟ ତ ଜାମ୍ ହେଲା । ହେଲେ ନିୟମ କାନୁନ ଭୁଲି ଗଲେ ଅସିତ । ବିନା ଅନୁମତିରେ ଭଦ୍ରକ RMC ମାର୍କେଟରେ ବାଣଫୁଟାଇ ଜନ୍ମଦିନ ପାଳିଥିବାରୁ ଉପ ଜିଲ୍ଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । 

କୁହାଯାଉଛି ସ୍ଥାନୀୟ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧରେ ଏହା ତାଙ୍କର ଶକ୍ତି ପ୍ରଦର୍ଶନ । ଭଦ୍ରକରେ ବିନା ଅନୁମତିରେ ଅସିତ ଜନ୍ମଦିନ ପାଳିଥିବାରୁ ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଇସାରାରେ ଉପ ଜିଲ୍ଲାପାଳ ପୋଲିସକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅସିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତେବେ ବିଜେଡିରେ ଥିବା ଅନ୍ୟ ଦାଗୀ ନେତାଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ । କିନ୍ତୁ ବିଜେଡିର ବାହୁବଳୀ ନେତା ଯେଉଁମାନେ ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ଯେମିତିକି ସୁଶାନ୍ତ ସିଂ, ପ୍ରତାପ ଜେନା, ସମୀର ଦାସ ଅରୁଣ ସାହୁ ଏମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବେଳକୁ ପଛଘୁଞ୍ଚା ଦେଉଛି ପୋଲିସ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
complaint-against-bjd-leader-asit-pattnaik | Argus English