Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାନ୍ଦା ନଦେବାରୁ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

Odisha

ଚାନ୍ଦା ନଦେବାରୁ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଚାନ୍ଦା ନଦେବାରୁ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ


ପୁରୀ  : ଚାନ୍ଦା ନଦେବାରୁ କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମାତ୍ର ଦୁଇଶହ ଟଙ୍କା ଚାନ୍ଦା ନଦେବାରୁ ବାଉଁଶ ଫାଳିଆରେ ଜଣେ ଛାତ୍ରଙ୍କୁ ହୋଇଛି ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣକ ହେଉଛନ୍ତି ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ସୁରଞ୍ଜନ ପାହାଡ଼ ସିଂ। ତେବେ ସୁରଞ୍ଜନଙ୍କ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଡାହାଣପଟ ଆଖି ଓ ହାତରେ ମଧ୍ୟ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଏନେଇ ସୁରଞ୍ଜନ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ଅଭିଯୋଗ ଅନୁଯାୟୀ ଯୁକ୍ତ ତିନି ଫ୍ରେସର୍ସ ମାନଙ୍କୁ ଓ୍ବେଲ୍କମ୍ ପାର୍ଟି ଦେବା ପାଇଁ କଲେଜରେ ଛାତ୍ରମାନେ ଦୁଇଶହ ଟଙ୍କା ଚାନ୍ଦା ଆଦାୟ କରୁଥିଲେ। ସୁରଞ୍ଜନ କିନ୍ତୁ ଚାନ୍ଦା ଦେବେ ନାହିଁଁ ବୋଲି ମନା କରିଦେଇଥିଲେ। ଏହାକୁ ନେଇ ସୁରଞ୍ଜନ ଓ ଅନ୍ୟ ଛାତ୍ରମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ଆଜି କଲେଜରେ ପରୀକ୍ଷା ସରିବା ପରେ କିଛି ଛାତ୍ର ଓ ଅଣଛାତ୍ର କଲେଜ ଭିତରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୁରଞ୍ଜନ ଟାଉନ ଥାନାରେ ଅଭିଯୋଗ କରିଛନ୍ତିି। ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସୁରଞ୍ଜନ ଦାବି କରିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
College student fatally attacked for not giving money | Argus English