ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କୁ ଶୀତଳ ଭଣ୍ଡାର ଧୋକା
·2 years ago

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କୁ ଶୀତଳ ଭଣ୍ଡାର ଧୋକା । ଫୁଲକୋବୀ ସାଇତିବାକୁ ନାହିଁ ଶୀତଳ ଭଣ୍ଡାର କିଲୋପିଛା ଏକ ଟଙ୍କାରେ ବିକ୍ରି କରୁଛନ୍ତି ଫୁଲ କୋବୀ ଚାଷୀ । ଅଭାବୀ ବିକ୍ରି ଯୋଗୁଁ ବିଲରେ ନଷ୍ଟ ହେଉଛି ଟନ ଟନ ଫୁଲକୋବି । ଗଞ୍ଜାମ ଜିଲ୍ଲାର ସିପକୁଦା, ଗୌରାଙ୍ଗପାଟଣା, ଝାରେଡି ଏଭଳି ଅନେକ ଗାଁ ରେ ଏବେ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଚାଷୀ ଏବେ ବିହନ ଟଙ୍କା ମଧ୍ୟ ମିଳିନଥିବା ଦେଖିବାକୁ ମିଳିଛି। ସରକାର ଅନେକ କିଛି ଯୋଜନା ଚାଷୀଙ୍କ ପାଇଁ କରି ବାହା ବାହା ନେଉଛନ୍ତି। କିନ୍ତୁ ଶୀତଳ ଭଣ୍ଡାର କହି ଧୋକା ମଧ୍ୟ ଦେଉଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: