Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ଲାଷ୍ଟିକ ଓ ଆଲୁମିନିୟମ ସାମଗ୍ରୀକୁ ଟକ୍କର ଦେଉଛି ପୋଡା ମାଟିର ସାମଗ୍ରୀ

Odisha

ପ୍ଲାଷ୍ଟିକ ଓ ଆଲୁମିନିୟମ ସାମଗ୍ରୀକୁ ଟକ୍କର ଦେଉଛି ପୋଡା ମାଟିର ସାମଗ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପ୍ଲାଷ୍ଟିକ ଓ ଆଲୁମିନିୟମ ସାମଗ୍ରୀକୁ ଟକ୍କର ଦେଉଛି ପୋଡା ମାଟିର ସାମଗ୍ରୀ

ଅର୍ଗସ ବ୍ୟୁରୋ:  ଆସିଛି ଆଲୋକର ପର୍ବ ଦୀପାବଳି । ଭୁବନେଶ୍ୱରରେ ପଡିଛି ମାଟି ଦୀପର ବର୍ଣ୍ଣାଢ୍ୟ ବିକ୍ରୟ ଓ ପ୍ରଦର୍ଶନୀ । କେବଳ ମାଟି ଦୀପ ନୁହଁ ଟେରାକୋଟାର ବିପୁଳ ସମ୍ଭାର ଦେଖିବାକୁ ମିଳୁଛି ରାଜଧାନୀର ପ୍ରଦର୍ଶନୀ ପଡିଆରେ । ହାତୀ ,ଘୋଡା ,ଦେବବିଗ୍ରହ ,ଫୁଲଦାନୀ ,କଣ୍ଢେଇ ସମେତ ନାନା ରକମର ଘରକରଣା ସବୁ ତିଆରି ହୋଇଛି ମାଟିରେ । ନାନା ରଙ୍ଗ ନାନା ଡିଜାଇନ । ଦିନେ ମାଟି ସାମଗ୍ରୀର ଥିଲା ଗୋଟିଏ କେବଳ କଳାରଙ୍ଗ ଏବେ ଅନେକ ପ୍ରକାର ରଙ୍ଗରେ ଢେର ସାରା ଉତ୍ପାଦ ବଜାରକୁ ଆସିଛି । ବଡ଼ କଥା ହେଉଛି  କାରିଗର ନିଜେ ଉପସ୍ଥିତ ରହି ନିଜର ଦ୍ରବ୍ୟ ବିକ୍ରି କରୁଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାରିଗର ମାନେ ଆସି ନିଜ ଉତ୍ପାଦିତ ଟେରାକୋଟା ସାମଗ୍ରୀ ବିକ୍ରିର ଏଭଳି ସୁଯୋଗ ନେଇଛନ୍ତି । ହସ୍ତଶିଳ୍ପ ନିର୍ଦେଶାଳୟ ପକ୍ଷରୁ ଆୟୋଜିତ ମୃତ୍ତିକା -୨୦୨୩ ରେ ୧୬୨ ଷ୍ଟଲରେ ୩୦୦ କାରିଗର ନିଜ ଉତ୍ପାଦ ଜରିଆରେ ଶୁଣାଇଛନ୍ତି ୩୦୦ କାହାଣୀ । ଯାଜପୁର ଜିଲ୍ଲାର କୁମ୍ଭକାର ପରିବାରରୁ ଆସିଥିବା ଶିଳ୍ପୀ ମାନେ ଏଥିରୁ ମାସିକ ୫ହଜାର ଆୟ କରୁଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଯାଜପୁରରୁ ମେଳାକୁ ଆସିଛନ୍ତି ଅନେକ ଶିଳ୍ପୀ । ସେମାନଙ୍କ ଉତ୍ପାଦ ମଧ୍ୟ  ମେଳାରେ  ବେଶ ଭଲ ଭାବେ ବିକ୍ରି ହୋଇଛି  । ଦିନକୁ ସେମାନେ ୫ହଜାରରୁ ଅଧିକ ଟଙ୍କାର ଟେରାକୋଟା ସାମଗ୍ରୀ ବିକ୍ରି କରିଛନ୍ତି । କୁମ୍ଭକାର ପରିବାରର କୌଳିକ ବୃତ୍ତି ସଂକଟରେ ପଡିଥିବା ବେଳେ ମାଟିରୁ ଟେରାକୋଟା ଆଡ଼କୁ ଯିବା ପାଇଁ ସେମାନଙ୍କୁ ପ୍ରେରଣା ଦେଇଛନ୍ତି ମାଷ୍ଟର ଟ୍ରେନର ପର୍ଶୁରାମ ବେହେରା ।

ପର୍ଶୁରାମ ନିଜେ ଏଠାରେ ଉପସ୍ଥିତ ରହି ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ପର୍ଶୁରାମ କହନ୍ତି ହାଣ୍ଡି ମାଠିଆ କଳସି ପେଟର ଭୋକ ମେଣ୍ଟାଈ ନ ପାରିବା ଫଳରେ ଶିଖିଲି ଟେରାକୋଟା । ଏଥିରୁ ଆୟ ଟଙ୍କାରେ ଘର ଖଣ୍ଡିଏ କରିବା ସହିତ ତିନି ଝିଅଙ୍କୁ ବାହା ଦେଇଛି । ମାସକୁ ୨୦ ହଜାର ଆୟ କରିବା ସହିତ ଅନ୍ୟ ୨୫ ଜଣଙ୍କୁ ଶିଖାଇଛି କାମ । ଆଲୁମିୟମ ଓ ପ୍ଲାଷ୍ଟିକ ଯୁଗରେ କୁମ୍ଭକାର ପରିବାର କୌଳିକ ବୃତ୍ତି ସହିତ ସଂଘର୍ଷ କରୁଥିବା ବେଳେ ଟେରାକୋଟା ସାମଗ୍ରୀ ଓ ବଢୁଥିବା ବଜାର ଶିଳ୍ପୀଙ୍କ ଶଙ୍କା ଦୂର କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
Clay materials are beating plastic and aluminum materials | Argus English