|
logo
Live

Argus News - ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ

Odisha

ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ

ଯାଜପୁର :  କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁତ୍ର ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀର ଛାତ୍ର। ରୁଦ୍ର ଆଜି ନିୟମିତ ଭାବରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲା । ଗତକାଲି ଅପରାହ୍ନରେ ରୁଦ୍ର ତାର ୪,୫ ଜଣ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ହତା ଭିତରେ ଦୌଡୁଥିଲା । ଏହି ଘଟଣା ବିଦ୍ୟାଳୟର  ଶିକ୍ଷକଙ୍କ ଦୃଷ୍ଟି ଗୋଚର ହେବାରୁ ସମ୍ପୃକ୍ତ ଶିକ୍ଷକ ପିଲାମାନଙ୍କୁ ପାଖକୁ ଡାକି ପାଠ ସମ୍ବନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ପିଲାମାନେ ଉତ୍ତର 

ଅଧିକ ପଢନ୍ତୁ : ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଆହତ

 ଦେଇପାରିନଥିଲେ । ସମ୍ପୃକ୍ତ ଶିକ୍ଷକ ଜଣକ ପିଲାମାନଙ୍କୁ ଉଠବସ ହେବା ପାଇଁ କ‌ହିଥିଲେ । ୪/୫ ଜଣ ପିଲା ଉଠବସ ହେବା ସମୟରେ ମାତ୍ର ଦୁଇଥର ଉଠବସ ହୋଇ  ରୁଦ୍ର ବେହୋସ ହୋଇ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ଶିକ୍ଷକ ରୁଦ୍ରର ପିତାଙ୍କ ନିକଟକୁ ଖବର ଦେଇଥିଲେ । ପରେ ରୁଦ୍ରକୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ମନ ନବୁଝିବାରୁ ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତି କରିଥିଲେ । ବଡ ମେଡିକାଲର ବିଭାଗୀୟ ଡାକ୍ତର ରୁଦ୍ରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଉଠବସ ସମୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ହୃଦଘାତରେ ମୃତ୍ୟୁ | Argus English