Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ​​​​​​​ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha

​​​​​​​ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Manini Pattanayak
Browse all articles by Manini Pattanayak
·2 years ago
​​​​​​​ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:  ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ । ଲୋକାର୍ପଣ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ଧରି ଚାଲୁଥିବା ଯଜ୍ଞକୁଣ୍ଡରେ ପୂର୍ଣ୍ଣାହୂତି ଦେଇଛନ୍ତି ଗଜପତି ମହାରାଜା । ସେଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ । ରୁକ୍, ସାମ୍, ଯଜ୍ଜୁ ଓ ଅଥର୍ବ ବେଦ ଧ୍ବନିରେ ପ୍ରକମ୍ପିତ ଶ୍ରୀମନ୍ଦିର ଚତୁପାର୍ଶ୍ବ ।

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ମହାଯଜ୍ଞ ଚାଲିଥିବା ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣ ମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିପାରିବେ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Naveen Patnaik inaugurated the Parikrama project in puri | Argus English