Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରଙ୍ଗ ରାତଗଡ଼ରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Odisha

ବାରଙ୍ଗ ରାତଗଡ଼ରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ବାରଙ୍ଗ ରାତଗଡ଼ରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବାରଙ୍ଗ ରାତଗଡ଼ରେ ଭୁବନେଶବର ମେଟ୍ରୋ  ଏହି ପ୍ରକଳ୍ପରେ ମୋଟ 6 ହଜାର 255 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚାଲିବାର ଯୋଜନା କରାଯାଇଛି। 

କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ବେଳେ ନନ୍ଦନକାନନ ଛକ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କଟକ ମେୟର ସୁବାସ ସିଂ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନୂଆବର୍ଷରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ। ଆଜି ମେଟ୍ରୋ ଶିଳାନ୍ୟାସ ହେଲା । ୪ ବର୍ଷରେ କାମ ସରିବ । ଓଡ଼ିଶାବାସୀ ମେଟ୍ରୋ ରେଳ ସୁବିଧା ପାଇବେ। ମେଟ୍ରୋ ପୁରୁଣା ରାଜଧାନୀ କଟକ ସହ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କ ଆହୁରି ମଜଭୁତ କରିବ । ୨୦ ଷ୍ଟେସନ ରହିବ । ପୂରା ଖର୍ଚ୍ଚ ଓଡ଼ିଶା ସରକାର କରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଗକୁ ଖୋର୍ଦ୍ଧା ଓ ପୁରୀକୁ ମେଟ୍ରୋ ସମ୍ପ୍ରସାରଣ ପାଇଁ ମାଷ୍ଟର ପ୍ଲାନ ତିଆରି କରିବାକୁ ନିର୍ଦ୍ଦେଶ ଦେଇଛି। ତ୍ରିଶୁଳିଆରୁ ଜୟଦେବ ବିହାର, ବାଣୀବିହାର, ମାଷ୍ଟର କ୍ୟାଣ୍ଟିନ ହେଇ ଏୟାରପୋର୍ଟକୁ ମେଟ୍ରୋ ଯିବ। ତ୍ରିଶୁଳିଆ ରୁ ଏୟାରପୋର୍ଟକୁ 45 ମିନିଟ ସମୟ ଲାଗିବ। 10 ମିନିଟ ବ୍ୟବଧାନରେ ଗୋଟିଏ ଲେଖାଏ ଟ୍ରେନ ଯିବ। ପ୍ରତି ଟ୍ରେନରେ 750 ଲୋକ ଯାଇ ପାରିବେ। 39 ଟ୍ରେନ ଚାଲିବା ଯୋଜନା ରହିଛି। ରୋଡ ଉପରେ ଏହି ଟ୍ରେନ ଯିବ ଯେଉଁଥି ପାଇଁ ଜମି ଅଧିଗ୍ରହଣ ପ୍ରାୟ ଦରକାର ପଡିବ ନାହିଁ। ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ସ୍ଥାନରେ ମେଟ୍ରୋ ମେଣ୍ଟେନେନ୍ସ ଡିପୋ ହେବ। 
ରାଜ୍ୟବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବହୁଦିନର ସ୍ୱପ୍ନ ସାକାର ହେବ । ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା ।
୫-ଟି ଉପକ୍ରମରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ହେବ । ଏଥିପାଇଁ ୫୯୨୯ .୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ଏପ୍ରିଲ ପହିଲା ଉତ୍କଳ ଦିବସରେ ରାଜ୍ୟର ପ୍ରଥମ ମେଟ୍ରୋ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ୮ ମାସ ମଧ୍ୟରେ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ସହ ଅର୍ଥ ବରାଦ ହୋଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ଵାବଧାନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଟର୍ଣ୍ଣ କି’ ପରାମର୍ଶଦାତା ଭାବେ ପ୍ରକଳ୍ପ କାର୍ଯ୍ୟ କରିବ । ୨୬ କିଲୋମିଟର ବିଶିଷ୍ଟ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୨୦ଟି ଷ୍ଟେସନ ରହିବ । ପରବର୍ତ୍ତୀ ସମୟରେ ଉଭୟ ଦିଗରେ ପ୍ରକଳ୍ପକୁ କଟକ ଓ ପୁରୀକୁ ସମ୍ପ୍ରସାରଣ କରାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Chief Minister laid the | Argus English