ଧୁମଧାମରେ ପାଳନ ହେଲା ଶିଶୁ ମହୋତ୍ସବ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବଉଁଶୁଣୀ ଠାରେ ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୩ ବାଉଁସୁଣୀ ୱାଇସିଡ଼ିଏ ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ଶିଶୁ ତଥା କୈଶୋରୀ କୈଶୋର ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା । ବୌଦ୍ଧ ବ୍ଲକ ତଥା ହରଭଂଗା ବ୍ଲକ ୭ ଗୋଟି ପଂଚାୟତରୁ ଉକ୍ତ ଶିଶୁମାନେ ଏକତ୍ରିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସହ ଅଂଶ ଗ୍ରହଣ କରି ନାଚ ଗୀତର ମଜା ନେଇଥିଲେ ।
ଏହାସହ ୩ ଟି ଟେକନିକାଲ୍ ସେସନ୍ ର ବି ଆୟୋଜନ କରାଯାଇଥିଲା ଯଥା ଏକବିଂଶ ଶତାବ୍ଦୀର ଶିଶୁ ସେମାନଙ୍କର କ୍ୟାରିଅର୍ ଆସପିରେସନ ତଥା ଭବିଷ୍ୟତ ନିର୍ଦ୍ଧାରଣ ଓ ଧନ୍ଦାମୂଳକ ଶିକ୍ଷା ର ଆଵଶ୍ୟକତା ଉପରେ ଡ଼ିସିପିଓ ରାହୁଲ ପ୍ରଧାନ ଏବଂ ସୁରଥ ମିଶ୍ର ସମାଜ ସେବୀ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁମାନେ କିପରି ସେମାଙ୍କର ପାଠ୍ୟକ୍ରମ ଚୟନ କରିପାରିବେ ଯାହା ସେମାନଙ୍କୁ ଏକ ସ୍ଥାୟୀ ରୋଜଗାର ଦେବ ଓ ଦେଶ ଆଵଶ୍ୟକତା କରୁଥିବା ସମସ୍ତ ଭାରତ ଓ ଆତ୍ମନିର୍ଭରଶୀଳ ଭାରତ ପାଇଁ ଶିଶୁ ମାନେ କିପରି ନିଜକୁ ପ୍ରସ୍ତୁତି କରିପାରିବେ ତା ଉପରେ ଆଲୋକ ପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ବୌଦ୍ଧ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ ପାଣି ଓ ରେଡକ୍ରଶ ବୌଦ୍ଧ ସମ୍ପାଦକ ପ୍ରବୀର ଦାସ ସମସ୍ତଙ୍କୁ ଉଦ୍ ବୋଧନ ଦେଇଥିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଉଜ୍ଜାପନୀ ସମାରୋହରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀ ନୃସିଂହ ଚରଣ ସ୍ୱାଇଁ ଏସ୍ପି ଶ୍ରୀ ରାଜ ପ୍ରସାଦ ଶିକ୍ଷାଧିକାରୀ ଗେନ୍ଦେରା କୁଜୁ ବାଉଁସୁଣୀ କଲେଜ ଅଧକ୍ଷ ମାନଭଞ୍ଜନ ତ୍ରିପାଠୀ ୟାଇସିଡିଏ ସମ୍ପାଦକ ରାଜେନ୍ଦ୍ର ମେହେର ୟାଇସିଡିଏ ସଭାପତି ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟାନାୟକ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଓ ଶିଶୁମାନଙ୍କୁ ଦେଶର ଭବିଷ୍ୟତ ଓ ପରବର୍ତ୍ତୀ ପିଢ଼ିର ନାଗରିକ ଭାବେ କିପରି ସେମାନଙ୍କୁ ତିଆରି କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...