କଟକ ଦହିବରା-ଆଳୁଦମ, ଯିଏ ଖାଇଛି ସିଏ ଜାଣିଛି

ଅର୍ଗସ ବ୍ୟୁରୋ : ଓଡ଼ିଶାର ଦହିବରା ଆଳୁଦମର ସ୍ୱାଦ ସ୍ୱତନ୍ତ୍ର । ଯିଏ ଥରେ ଏହି ଖାଦ୍ୟ ଖାଇଛି, ସେ ଏହାର ମଜା ପାଇଛି । ଏହି ଦହିବରା ଆଳୁଦମର ସ୍ୱାଦ ଗୁଣଗାନ କରିଥିଲେ ସେଫ ବିକାଶ ଖାନ୍ନା । କିଛି ଦିନ ପୂର୍ବରୁ ଓଡ଼ିଶା ଆସିଥିଲେ ସେଫ ବିକାଶ ଖାନ୍ନା । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଗ୍ରହ ବଶତଃ ଏହି ଖାଦ୍ୟ ଖାଇଥିଲେ । ଆଉ ଏହାର ପ୍ରଶଂସାରେ ଶତ ମୁଖର ହୋଇଥିଲେ । ଦହିବରା ଆଳୁଦମ୍ ଏମିତି ବାୟା କଲା ଯେ, ନିକଟରେ ସେ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟ ସାଥୀମାନଙ୍କୁ ଖୁଆଇଥିଲେ ।
ଦହିବରା ଆଳୁଦମ୍ ପ୍ରାୟ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ଆଉ ଏହାର ସ୍ୱାଦ, ଯିଏ ଖାଇଛି ସେ ଜାଣିଛି । ସେଫ ବିକାଶ ଖାନ୍ନା ଓଡ଼ିଶା ଆସିଥିବା ବେଳେ ରାସ୍ତା କଡ଼ରେ ଥିବା ଦହିବରା ଦୋକାନକୁ ଦେଖି ଗାଡ଼ି ଅଟକାଇଥିଲେ । ଆଉ ତା’ ପରେ ଦହିବରାକୁ ମନଭରି ଖାଇଥିଲେ । ଖାଇବା ପରେ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ ।
📱 Get Argus News App
✨ବିକାଶ ମୁମ୍ବାଇ ଚାଲିଯାଇଥିଲେ ସିନା ହେଲେ ଓଡିଶାରେ ଖାଇଥିବା ଦହିବରା ଆଳୁଦମର ସ୍ୱାଦ ଭୁଲିପାରି ନ ଥିଲେ । ଦହିବରାର ସ୍ୱାଦ ତାଙ୍କୁ ଏପରି ବାୟା କଲା ଯେ ସେ କିପରି ତାକୁ ବନାଇବେ ସେ ନେଇ ଚେଷ୍ଟା କଲେ । ମୁମ୍ବାଇରେ ନିଜେ ଦହିବରା ଆଳୁଦମ ପ୍ରସ୍ତୁତ କରିଲେ । ନିଜେ ଖାଇବା ସହ ନିଜର ସାଥୀମାନଙ୍କୁ ମଧ୍ୟ ଖୁଆଇଛନ୍ତି ।
ସେ ସମୟରେ ସେ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଥିଲ । ଆଉ କ୍ୟାପସନରେ ଲେଖିଥିଲେ ଯେ, “ଓଡିଶାର ମୋର ପ୍ରିୟ ଖାଦ୍ୟକୁ ପୁଣିଥରେ ରିକ୍ରିଏଟ କଲି” । ଭିଡିଓରେ ବିକାଶ ଦହିବରା ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଥିଲା । ତା’ପରେ ସେ ଆଳୁଦମ୍ ଏବଂ ଦହି ଲଙ୍କା ତିଆରି କରିଥିଲେ ଯେପରି ଦୋକାନରେ ବନାଯାଉଛି । ଏହାପରେ ସେ ଦହିବରାକୁ ପ୍ଲେଟରେ ସଜାଇ ନିଜେ ଖାଇବା ସହ ଅନ୍ୟ ଜଣେ ସେଫଙ୍କୁ ମଧ୍ୟ ଖାଇବାକୁ ଦେଇଥିବାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଦହିବରା ଓଡ଼ିଶାର ପ୍ରସିଦ୍ଧ । ତେଣୁ ଯିଏ ଖାଆନ୍ତି ସେ ତାପଛରେ ବାୟା ହୁଅନ୍ତି ବୋଲି ଅନେକ ଲୋକ ମତ ମଧ୍ୟ ରଖିଛନ୍ତି ।