Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମା' ହିଙ୍ଗୁଳା ମନ୍ଦିର ବେଢ଼ା ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଓ ମୃଦୁଳା ଠାକୁର ପ୍ରଧାନ

Odisha

ମା' ହିଙ୍ଗୁଳା ମନ୍ଦିର ବେଢ଼ା ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଓ ମୃଦୁଳା ଠାକୁର ପ୍ରଧାନ

Smruti Parija
Browse all articles by Smruti Parija
·2 years ago·1 min read
ମା' ହିଙ୍ଗୁଳା ମନ୍ଦିର ବେଢ଼ା ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଓ ମୃଦୁଳା ଠାକୁର ପ୍ରଧାନ

ତାଳଚେର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତର ଦ୍ଵତୀୟ ଦିନରେ ତାଳଚେରରେ ମା' ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସପତ୍ନୀଙ୍କ ସହ ମା'ଙ୍କ ପୀଠକୁ ଯାଇ  ଆଶୀର୍ବାଦ ନେଇଛନ୍ତି । ପରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ମନ୍ଦିର ବେଢ଼ାରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 

ସେପଟେ ଆଜି ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଲ୍ଡ ବୟେଜ ଆସୋସିଏସନର ପ୍ଲାଟିନମ ଜୁବୁଲିରେ ଯୋଗ ଦେବେ । ଏହାପରେ ଅପରାହ୍ନରେ ଆଠମଲ୍ଲିକରେ ଦାରୁ ବିଗ୍ରହ ସ୍ଥାପନ ମହୋତ୍ସବରେ ମଧ୍ୟ କରିବେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ ।

ଛେଣ୍ଡିପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲିରେ ଯୋଗ ଦେବେ ଉଭୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ରଘୁବର ଦାସ । ଏହି କାର୍ଯ୍ୟକ୍ରମର ସମାପ୍ତି ପରେ ଆଜି ଅପରାହ୍ନରେ ଆଠମଲ୍ଲିକ ସ୍ଥିତ ଆମ୍ବସରମୁଣ୍ଡାରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଦାରୁ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
central minister-dharmendra-pradhan- and- Mridula Thakur -offered-prayer-at Maa Hingula temple | Argus English