ରାଜ୍ୟ ସରକାରଙ୍କ ଶସ୍ତା ରାଜନୀତି ପାଇଁ ଆଗାମୀ ଦିନରେ ଓଡ଼ିଶାର ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ
·2 years ago

ଅର୍ଗସ ବ୍ୟୁରୋ : ଆସନ୍ତା କାଲି କେନ୍ଦ୍ରସରକାରଙ୍କ PM SHRI ଯୋଜନା ଓଡ଼ିଶାରେ ଲାଗି ହେବାକୁ ଯାଉଛି । ଏହି ଯୋଜନା ପ୍ରଥମେ ସମସ୍ତ ସ୍କୁଲ, ଶିକ୍ଷାନୁଷ୍ଠାନ ବା କେନ୍ଦ୍ରିୟ ବିଦ୍ୟାଳୟ ମାନଙ୍କରେ ଲାଗୁ କରାଯିବ । କିନ୍ତୁ ଓଡ଼ିଶା ସରକାରଙ୍କ ହୀନ ରାଜନୀତି ପାଇଁ ଆଜି ଯାଏ ଓଡ଼ିଶାରେ ଏହି ଯୋଜନା ଲାଗୁ କରାଯାଇ ପାରିନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ଓଡ଼ିଶାରେ PM SHRI ଯୋଜନାକୁ ଲାଗୁ ନକରାଇ ଦେବା ପାଇଁ ଓଡିଶା ସରକାର ଷଡଯନ୍ତ୍ର କରୁଛନ୍ତି । ରାଜ୍ୟ ସରକାରଙ୍କ ହୀନମାନ୍ୟତା ଓ ଶସ୍ତା ରାଜନୀତି ପାଇଁ ଆଗାମୀ ଦିନରେ ଓଡ଼ିଶାର ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଓଡିଶା ୧୬୦୦ କୋଟିର କେନ୍ଦ୍ର ଅନୁଦାନ ହରାଇବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: