୨ଟି ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସର ତଦନ୍ତ ଆରମ୍ଭ
·2 years ago

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ବେଧଡକ ଚାଲିଛି ଗୋରୁ ଚାଲାଣ । ଜାମୁସାହି ନିକଟରୁ ୨ଟି ଗୋରୁ ବୋଝେଇ କଣ୍ଟେନର ଜବତ କଲା ପୋଲିସ । ୭୯ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମାଫିଆ ମାନଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ବେଆଇନ ଗୋରୁ ଚାଲାଣ ନେଇ ଖବର ମିଳିବା ପରେ ଏସଡିପିଓଙ୍କ ସହ ବେଗୁନିଆ ପୋଲିସ ପହଞ୍ଚି ୨ଟି ଗାଡ଼ିକୁ ଜବତ କରିଥିଲା ।
ତେବେ ପୋଲିସକୁ ଦେଖି ମାଫିଆମାନେ ଫେରାର ହୋଇଯାଇଛନ୍ତି । ବେଗୁନିଆ ଥାନା ଅଞ୍ଚଳର କୁଶୁପଲ୍ଲା ,ଜାମୁସାହି ଓ କଡବ ଅଞ୍ଚଳରେ ଗୋରୁ ଦଲାଲମାନେ ସକ୍ରିୟ ଥିବା ବେଳେ ବିଳମ୍ବିତ ରାତ୍ରିରେ ଗୋରୁଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଗୋରୁ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: