Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୈତରଣୀ ନଦୀ କୂଳରେ ନିର୍ମାଣ ହେଉଛି ବିଶ୍ବର ପ୍ରଥମ ଧ୍ୟାନମଗ୍ନ ଶିବ ମୂର୍ତ୍ତି

Odisha

ବୈତରଣୀ ନଦୀ କୂଳରେ ନିର୍ମାଣ ହେଉଛି ବିଶ୍ବର ପ୍ରଥମ ଧ୍ୟାନମଗ୍ନ ଶିବ ମୂର୍ତ୍ତି

Ritu Das
Browse all articles by Ritu Das
·2 years ago·2 min read
ବୈତରଣୀ ନଦୀ କୂଳରେ ନିର୍ମାଣ ହେଉଛି ବିଶ୍ବର ପ୍ରଥମ ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଅର୍ଗସ ବ୍ୟୁରୋ: ଓଡ଼ିଶାର ଯାଜପୁର ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ାଇବାକୁ ଯାଉଛି। ଯାଜପୁରରେ ରାଜସ୍ଥାନ ନାଥଦ୍ବାରରେ ଥିବା ଶିବ ମୂର୍ତ୍ତି ଭଳି ଏକ ମୂର୍ତ୍ତି ନିର୍ମାଣ କରାଯାଉଛି। ଯାହାର ଉଚ୍ଚତା ହେଉଛି ୧୮୩ ଫୁଟ। ଆଉ ଏହା ଧ୍ୟାନମଗ୍ନ ଶିବ ମୂର୍ତ୍ତି ଯାହା ଯାଜପୁର ଜିଲ୍ଲାର ପବିତ୍ର ବୈତରଣୀ ନଦୀକୂଳ ଦଶାଶ୍ବମେଧ ଘାଟ ନିକଟ ବରାହ ମନ୍ଦିର ନିକଟରେ ନିର୍ମାଣ ହେଉଛି।  ଏହି ଧ୍ୟାନମଗ୍ନ ଶିବ ମୂର୍ତ୍ତି ଜାଗର ପୂର୍ବରୁ ଲୋକାର୍ପଣ ହେବବୋଲି ଜିଲ୍ଲାପାଳ କହିଛନ୍ତି। ପୁରାତନ ଶୈବ କ୍ଷେତ୍ରର ଇତିହାସରେ ଆଉ ଏକ ପରିଚୟ ସୃଷ୍ଟି ହୋଇଛି ବୋଲି ଗବେଷକଙ୍କ ମତ ଦେଇଥିବାବେଳେ  ମହା ଶିବରାତ୍ରିରେ ଲୋକେ ଦର୍ଶନ କରିବେ ମହାଦେବଙ୍କୁ ବୋଲି ଜିଲ୍ଲାପାଳ କହିଛନ୍ତି।

ଯାହାକୁ ନିର୍ମାଣ କରିବା ପାଇଁ ୧୨୩ ଜଣ ଶ୍ରମିକ ୩ ବର୍ଷ ଧରି ନିର୍ମାଣ କରୁଥିବା ବେଳେ ଲୁହା ଆଉ କଂକ୍ରିଟରେ ନିର୍ମାଣ ହୋଇଛି ଯାହା ପାଖାପାଖି ୫ କିଲୋମିଟର ଦୂରତାରୁ ଦୃଶ୍ୟମାନ ହେବ। ନିର୍ମାଣଧିନ ଏହି ଶିବମୂର୍ତ୍ତିକୁ ଲୋକେ ଲିଫ୍ଟ ମାଧ୍ୟମରେ ଚଢ଼ି ପାରିବେ। ଶିବ ମୂର୍ତ୍ତିର ସମ୍ମୁଖ ଭାଗରେ ପିତ୍ତଳ ନିର୍ମିତ ନନ୍ଦୀ ସ୍ଥାପନ ହେବାକୁ ଥିବାବେଳେ ଏହାର  ଚତୁଃପାର୍ଶ୍ଵକୁ ଆଲୋକିକରଣ କରାଯିବ ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।

ଇତିହାସ କହେ ଯାଜପୁର ପ୍ରଥମେ ଶୈବକ୍ଷେତ୍ର ପରେ ଶକ୍ତି କ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭକଲା । ସେଥିପାଇଁ ଯାଜପୁରର ବୈତରଣୀ ନଦୀ କୂଳ ସହ ମା' ବିରଜାଙ୍କ ମନ୍ଦିର ମଧ୍ୟରେ ଦେଖିବାକୁ ମିଳେ ଇଶାନେଶ୍ୱରଙ୍କ ସହ ୧୦୮ ଶିବ ମୂର୍ତ୍ତି। ଆଉ ବିରଳ ପଶ୍ଚିମାଭିମୁଖୀ ତ୍ରିଲୋଚନଶ୍ୱର ମନ୍ଦିର। ଖାଲି ସେତିକି ନୁହେଁ ଯାଜପୁର ଜିଲ୍ଲାର ତ୍ରିକୋଣରେ ରହିଛି ବେଲେଶ୍ୱର- ବରୁଣେଶ୍ୱର - ଖିଲାଟେଶ୍ୱର ଶୈବକ୍ଷେତ୍ର । ଯାଜପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଯୋଡ଼ି ହେବାକୁ ଥିବା ଏହି ବିଶାଳ ଶିବ ମୂର୍ତ୍ତି ଯାଜପୁରକୁ ଦେବ ନୂଆ ଏକ ପରିଚୟ। ଶକ୍ତି ପୀଠରେ ଇତିହାସର ଶୈବ କ୍ଷେତ୍ରର ଏକ ନୂଆ ପରିଚୟ ସୃଷ୍ଟି ପାଇଁ ଏହି ଶିବ ମୂର୍ତ୍ତି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ନିଶ୍ଚିତ ସୃଷ୍ଟି କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
Built on the Baitarani | Argus English