Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୋଇତ ବନ୍ଦାଣ ଅବସରରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା

Odisha

ବୋଇତ ବନ୍ଦାଣ ଅବସରରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବୋଇତ ବନ୍ଦାଣ ଅବସରରେ ବୋଇତ ନିର୍ମାଣ କଳା ପ୍ରତିଯୋଗିତା

ଅର୍ଗସ ବ୍ୟୁରୋ : ବୋଇତ ବନ୍ଦାଣ ଅବସରରେ ପାରମ୍ପାରିକ ବୋଇତ ନିର୍ମାଣ କଳା ପ୍ରତିଯୋଗିତା । ପରିବେଶକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମକୋଲ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା । ବଡ଼ବିଲରେ ଆନନ୍ଦ ଓ ଉଦ୍ଦିପନାର ସହିତ ପାରମ୍ପାରିକ ‘ବୋଇତ ବନ୍ଦାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଭୋର ୪ଟାରୁ ସହର ଉପକଂଠ କାରୋନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ଡଙ୍ଗା ଭସାଇବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇଥିଲେ । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସାଂସ୍କୃତିକ ଅନୁଷ୍ଠାନ ‘କଳା କଳ୍ପନା’ ପକ୍ଷରୁ ପାମ୍ପାରିକ ‘ବୋଇତ ନିର୍ମାଣ କଳା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢନ୍ତୁ : ଆ-କା-ମା- ବୈ, ପାନ ଗୁଆ ଥୋଇ...

ଓଡ଼ିଶା ଖଣି ନିଗମର ସହଭାଗିତାରେ ଆୟୋଜିତ ଏହିି ପ୍ରତିଯୋଗିତାରେ ସ୍ଥାନୀୟ ଅଂଚଳର ବହୁ ପ୍ରତିଭାବାନ, ବୋଇତ ନିର୍ମାଣ କରି ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରିବେଶକୁ ଦୃଷ୍ଟିରେ ରଖି ବୋଇତ ନିର୍ମାଣରେ ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମକୋଲ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଦର୍ଶିତ ଆକର୍ଷଣୀୟ ବୋଇତ ଗୁଡ଼ିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ନଗଦ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଶେଷରେ ସମୂହ ବୋଇତ ବନ୍ଦାଣରେ ସଭିଏଁ ସାମିଲ ହୋଇଥିଲେ । ମହିଳା ମାନେ ପରମ୍ପରା ଅନୁଯାୟୀ ପାନ, ଗୁଆ, କଉଡ଼ି ସହ ଧୁପ ଦୀପ ଦେଇ ବନ୍ଦାପନା କରିବା ପରେ ଉତ୍ସାହର ସହ ବୋଇତ ଓ ଡଙ୍ଗା ଭସାଇଥିଲେ । ୪ ଘଂଟା ଧରି କାରୁବାକୀ ଘାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Boat making art competition on the occasion of kartika purnima | Argus English