|
logo
Live

Argus News - ନୂଆବର୍ଷରେ ଅଘଟଣ, ଜୀବନ ସହ ଖେଳୁଛି ନୀଳଗିରି ପ୍ରଶାସନ

Odisha

ନୂଆବର୍ଷରେ ଅଘଟଣ, ଜୀବନ ସହ ଖେଳୁଛି ନୀଳଗିରି ପ୍ରଶାସନ

Smruti Parija
Browse all articles by Smruti Parija
·2 years ago
ନୂଆବର୍ଷରେ ଅଘଟଣ, ଜୀବନ ସହ ଖେଳୁଛି ନୀଳଗିରି ପ୍ରଶାସନ

ବାଲେଶ୍ୱର: ନୂଆ ବର୍ଷରେ ଅଘଟଣ । ଲୋକଙ୍କ ଜୀବନ ସହ ଖେଳୁଛି ନୀଳଗିରି ପ୍ରଶାସନ । ବୁଡ଼ିଲା ବେଆଇନ ମାଟି ହାଣ୍ଡି ଡଙ୍ଗା । ପାଣିରେ ଉବୁଟୁବୁ ପର୍ଯ୍ୟଟକ । ନୀଳଗିରି ଥାନା ବାବନ୍ଦଠାରେ ବେଆଇନ/ ବେସରକାରୀ ଭାବେ କୁମ୍ଭକ୍ଷେତ୍ର ନାମରେ ଏକ ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ ହୋଇଥିଲା ।  

ଅକାତ କାତ ପାଣିରେ ମାଟି ହାଣ୍ଡିରେ ଭେଳା ନିର୍ମାଣ କରି ନୌବିହାର କରାଯାଉଥିଲା । ପୂର୍ବରୁ ଥରେ ଡଙ୍ଗା ଭାଙ୍ଗି ବୁଡିଥିବାବେଳେ ଅଳ୍ପକେ ବର୍ତ୍ତିଥିଲେ ପର୍ଯ୍ୟଟକ । ଆଜି ପୁଣି ଡଙ୍ଗା ଭାଙ୍ଗି ପାଣିରେ ଭାସୁଛନ୍ତି ଶିଶୁ ଓ ମହିଳା ପର୍ଯ୍ୟଟକ । ଏହି ହାଣ୍ଡି ଭେଳାରେ ନୀଳଗିରି ବିଡ଼ିଓ ଓ ଜିଲ୍ଲାସ୍ତରୀୟ ଜଣେ ସରକାରୀ ଅଧିକାରୀ ବିନା ସେଫ୍ଟି ଜ୍ୟାକେଟରେ ନୌବିହାର କରି ବେଆଇନ କାର୍ଯ୍ୟକୁ ପ୍ରସୟ ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୂଆବର୍ଷରେ ଅଘଟଣ, ଜୀବନ ସହ ଖେଳୁଛି ନୀଳଗିରି ପ୍ରଶାସନ | Argus English