ଆୟୋଜିତ ବୈଠକରେ ରାଷ୍ଟ୍ରୀୟ ନେତୃତ୍ଵ ନିର୍ଦ୍ଦେଶ ଅନୁସାରେ ବିଜେପିର ବିଭିନ୍ନ ମୋର୍ଚ୍ଚାକୁ କାର୍ଯ୍ୟଭାର ଦିଆଯାଇଛି

ଅର୍ଗସ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରଣନୀତି ପ୍ରସ୍ତୁତି । ଆୟୋଜିତ ବୈଠକରେ ରାଷ୍ଟ୍ରୀୟ ନେତୃତ୍ଵ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ମୋର୍ଚ୍ଚାଙ୍କୁ ନେଇ ଗ୍ରୁପ ତିଆରି ସହ କାର୍ଯ୍ୟଭାର ଦିଆଯାଇଛି । ସେସବୁର କାର୍ଯ୍ୟାନ୍ଵୟନର ପ୍ରକ୍ରିୟା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଜେପି ଟାର୍ଗେଟରେ ୪୦୦ ଲୋକସଭା ଆସନ ସହ ଅନ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବିଜେପିରେ ସାମିଲ କରିବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଏ ଦଳରେ ମିଶିବେ, ସେଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଓଡେଙ୍କ ଅଧ୍ୟକ୍ଷତାରେ ଜଏନିଂ କମିଟି ଗଠନ କରିଛନ୍ତି । ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ନିଷ୍ପତି ନିଆଯିବ । ବିଧାନସଭା ଏବଂ ଲୋକସଭା ଦୃଷ୍ଟିରୁ କାହାକୁ ଦଳରେ ଗ୍ରହଣ କରାଯିବ, ସେଥିପାଇଁ ଓଡ଼ିଶାରେ ମଧ୍ୟ ଆଗକୁ କମିଟି ତିଆରି ହେବ । ଶାସକ ଦଳର ଅନେକ ଲୋକ ବିଜେପି ସଂପର୍କରେ ଅଛନ୍ତି । ବହୁତ ନେତା ବିଜେପିର ସାମିଲ ହେବା ପାଇଁ ଇଚ୍ଛୁକ ମଧ୍ୟ ଅଛନ୍ତି । କିନ୍ତୁ କାହାକୁ ଗ୍ରହଣ କରାଯିବ ସେ ନେଇ କମିଟି ସୁପାରିଶ କରିବା ପରେ ଶୀର୍ଷ ନେତୃତ୍ବ ନିଷ୍ପତି ନେବେ ।
