2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜୋରଦାର କସରତ

Key Points
- 2024 ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ନେଲା ରାଜ୍ୟ ବିଜେପିର ବିଧାୟକ ଟିମ୍
- ନିର୍ବାଚନ ପାଇଁ ଦଳର ଜୋରଦାର ପ୍ରସ୍ତୁତି
- ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ବିଜେପି ବିଧାୟକ ଦଳ
- ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କଲେ ଟିମ୍
- ଗ୍ରାଉଣ୍ଡରେ ବିଜେପିର କାମକୁ ଆହୁରି କ୍ଷୀପ୍ର କରିବା ପାଇଁ ବ୍ଲୁପ୍ରିଣ୍ଟ
ଅର୍ଗସ ବ୍ୟୁରୋ: 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜୋରଦାର କସରତ । ଦିଲ୍ଲୀ ଗସ୍ତରେ ଥିବା ବିଜେପି ବିଧାୟକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । 2024 ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ନେଇଛି ବିଜେପି ବିଧାୟକ ଦଳ । ରାଜ୍ୟରେ ବର୍ତ୍ତମାନ ରାଜନୀତି ସମ୍ପର୍କରେ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରିବା ପରେ ଫୁଲ୍ ଜୋସରେ ରାଜ୍ୟ ବିଜେପି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଆଗକୁ ଗ୍ରାଉଣ୍ଡରେ ସଙ୍ଗଠନ କେମିତି ଆହୁରି କ୍ଷୀପ୍ର ହେବ ସେଥିପାଇଁ ଦଳ ଓଡିଶା ଫେରି କାମ କରିବ । ସେପଟେ ବିଜେପିର ପଦାଧିକାରୀ ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଥିବା ରାଜ୍ୟସଭାପତି ମନମୋହନ ସାମଲ କହିଛନ୍ତି ଆଗାମୀ ନିର୍ବାଚନ ଉପରେ ରଣନୀତି ପ୍ରସ୍ତୁତ କରାଯିବ । ଆଉ ସେହି ହିସାବରେ ଗ୍ରାଉଣ୍ଡରେ କାମ ହେବ ।
ଦିଲ୍ଲୀ ଗସ୍ତରେ ଯାଇଥିବା ବିଜେପି ବିଧାୟକ ଦଳ କେବଳ ଦଳୀୟ ସଙ୍ଗଠନ ଉପରେ ଆଲୋଚନା କରିନାହାନ୍ତି ବରଂ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ କେମିତି ବିକାଶ ଆହୁରି ଆଗକୁ ଯିବ ଏନେଇ ଆଲୋଚନା ହୋଇଥିବା କଥା କହିଛନ୍ତି ବିରୋଧୀଦଳ ନେତା । ଏ ଅବସରରେ ଆଜି ବିଧାୟକ ଦଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଭେଟିଛନ୍ତି ।
2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଦିନ ସମୟ ବାକିଥିବା ବେଳେ ଏବେ ରାଜ୍ୟରେ ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସେପଟେ ରାଜ୍ୟରେ 3 ନମ୍ବର ଦଳ ଥିବା କଂଗ୍ରେସ ଦଳ ଏବେ ରାଜ୍ୟରେ ସ୍ଥିତି ବଞ୍ଚାଇବା ପାଇଁ ଚେଷ୍ଟା କରୁଛି । କଂଗ୍ରେସ ଦଳ ଦିଲ୍ଲୀ ଯାଇ ଶୀର୍ଷ ନେତୃତ୍ୱଙ୍କୁ ଭେଟିବା ପରେ ଏବେ ଅଣ୍ଟାସଳଖ ହୋଇ ଛିଡା ହେବାପାଇଁ ବଳ ଗୋଟାଉଛି । ଆଉ ବିଜେଡିର ସୁପ୍ରିମୋ ଏବେ ଜିଲ୍ଲା ବୁଲିବା ଆରମ୍ଭ କରିଦେଇଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଯାଇଛି ।
📱 Get Argus News App
✨