Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ କାଲି ଧାରଣା ଦେବ ବିଜେପି

Odisha

ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ କାଲି ଧାରଣା ଦେବ ବିଜେପି

Manini Pattanayak
Browse all articles by Manini Pattanayak
·2 years ago·2 min read
ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ କାଲି ଧାରଣା ଦେବ ବିଜେପି

ଭୁବନେଶ୍ୱର/ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ୟାରେଣ୍ଟି । ଆସନ୍ତାକାଲି ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ ଧାରଣା ଦେବ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଏବେ ଟ୍ବିଟ୍ କରି ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଧାରଣାର ସାଇଡ ଇଫେକ୍ଟ ହେବ କି ବିଜେଡି ମୁହାଁ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ଶିବିରରେ କମ୍ପନ। ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହଶହ କୋଟି ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଦୀର୍ଘ 5 ଦିନ ଧରି ଟଙ୍କା ଗଣତି ଚାଲିଥିଲେ ବି ସରୁନି। ଆଇଟି ରେଡରେ କଂଗ୍ରେସ ସାଂସଦଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଥିବାରୁ ସଣ୍ଡୁଆସୀ ଆକ୍ରମଣ କରୁଛି ବିଜେପି। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଟ୍ବିଟ୍ ପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ଆଟାକ୍। ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି ହୁଏ ତେବେ ଦୁର୍ନୀତି ବିରୋଧରେ ମୋଦି କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ବୋଲି ଟ୍ବିଟ୍ କରିଛନ୍ତି ନଡ୍ଡା।

ସେପଟେ କଂଗ୍ରେସ ଏଥିରୁ ନିଜକୁ ଦୂରେଇବାକୁ କରିଛି ଚେଷ୍ଟା। ଧୀରଜ ସାହୁଙ୍କ ବ୍ୟକ୍ତିଗଡ଼ ବ୍ୟବସାୟ ସହ ପାର୍ଟିର କିଛି ଲେନ୍ ଦେନ୍ ନାହିଁ ବୋଲି ସଫେଇ ଦେଇଛି ଦଳ। ତେବେ ଚଟୁ ନିରାମିଷ ବେଣ୍ଟ ଆମିଷ ହେବ କିପରି ? ତେଣୁ କଂଗ୍ରେସକୁ ଘେରିବା ପାଇଁ ବିଜେପି କରିଛି ବଡ଼ ରଣନୀତି । ଆସନ୍ତାକାଲି ସଂସଦ ଭବନ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବେ ବିଜେପି ସାଂସଦ।  ସେପଟେ ଖୋଲୁଛି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ଗୁମର। ପଞ୍ଚମ ଦିନରେ ବି ଆୟକର ବିଭାଗର ମାରାଥନ୍ ଚଢାଉ ଜାରି ରହିଛି । ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ ସାମ୍ନାକୁ ଆସିଛି । ଅଭିଯୁକ୍ତ ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ଶହଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ, ପ୍ରଦୀପ ଅମାତ, ଯୋଗେଶ ସିଂଙ୍କ ଭଳି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି । ତେଣୁ ବିଜେପିର ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିର ଶିକାର କେବଳ କଂଗ୍ରେସ ନୁହେଂ ବିଜେଡୁ ଉପରେ ବି ପଡ଼ିବ ବିଜେପି ଆନ୍ଦୋଳନର ସିଧା ସିଧା ପ୍ରଭାବ। କାରଣ ଏଯାଏ ଏ ପ୍ରସଙ୍ଗରେ ମୁହଁ ଖୋଲୁନି ବିଜୁ ଜନତା ଦଳ। 
ଝାଡ଼ଖଣ୍ଡରୁ ଓଡ଼ିଶା ଯାଏ ଲମ୍ବିଛି ସାହୁ ପରିବାରର କଳା ସାମ୍ରାଜ୍ୟ । ଦୀର୍ଘବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରି ଓଡ଼ିଆଙ୍କ ଝାଳବୁହା ଧନ ଲୁଟ ପାଇଁ ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP will give a speech tomorrow in front of the Parliament Gandhi statue | Argus English