Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

Odisha

ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

Jitendra Dash
Browse all articles by Jitendra Dash
·2 years ago·1 min read
ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଅର୍ଗସ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ ଆଦିବାସୀ ମହିଳାଙ୍କୁ ହତ୍ୟା ଅଭିଯୋଗକୁ ନେଇ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ହେବାର ଲାଗିଛି । ଗତ କାଲି କାଶିପୁରରେ କଂଗ୍ରେସ ଆନ୍ଦୋଳନ କରିଥିବା ବେଳେ ଏହାକୁ ନେଇ ଆଜି ବିଜେପି ରାୟଗଡ଼ା ବନ୍ଦ ଡାକରା ଦେଇ ଆନ୍ଦୋଳନ ଜାରି ରଖିଛି । ଏହି ଭଳି ପରିସ୍ଥିତିରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ରାଜ୍ୟ ଆବାହକ ବରିଷ୍ଠ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦ ନିର୍ଦ୍ଧେଶରେ ରାଜ୍ୟ ସଂଯୋଜକ  ସୁବାସ ପଣ୍ଡା, ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ପଣ୍ଡା ଜିଲ୍ଲା ସଂଯୋଜକ ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ ଓ ଗୁଡାରି ବ୍ଲକର ସଭାପତି ତଥା ଶିକ୍ଷକ ନେତା ଗୌରୀଶଙ୍କର ମିଶ୍ର ଆଜି ଚନ୍ଦ୍ରପୁର ଗ୍ରସ୍ତ କରି ଆଦିବାସୀ ମହିଳାଙ୍କର ହତ୍ୟା ଅଭିଯୋଗ ଘଟଣାର ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଆଜି ଏହି କମିଟି ଚନ୍ଦ୍ରପୁରରେ ପହଞ୍ଚି ମା' ସୁଧାର ଗୃହ ଓ ପରିତ୍ୟକ୍ତ ଗୃହ ନିକଟରେ ଯେଉଁଠି ମୃତ ଲକ୍ଷ୍ମୀ ମାଝିଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ସେ ସବୁ ସ୍ଥାନକୁ ଯାଇଥିଲେ । ମା' ଘରରେ ରହୁଥିବା ସମସ୍ତ କର୍ମଚାରୀ ପୋଲିସ ହେପାଜାତରେ ଥିବାରୁ ତାଙ୍କୁ ଭେଟି ବା ସମ୍ଭବ ହୋଇନଥିଲା ତେବେ ଚନ୍ଦ୍ରପୁର ଥାନାକୁ ଯିବାବେଳେ ଥାନାରେ ଗେଟରେ ତାଲା ପଡିଥିଲା । ତେବେ ଆମ ଅନୁରାଧା ରକ୍ଷା କରି ଏସଡିପି ସନ୍ତୋଷ ଓରାମ ଓ ମୋନରଞ୍ଜନ ବିଶ୍ଵାଳଙ୍କ ସହ ଆଲୋଚନା କରିଥିଲୁ । ଏହି ଘଟଣା ସମ୍ପର୍କରେ ପଚାରିବାରୁ ଏହି ମାମଲାର ତଦନ୍ତ ଠିକ୍ ଭାବରେ ଚାଲିଛି ଖୁବ୍ ଶୀଘ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP took to the streets to protest the inaction of the police | Argus English