Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚାରା ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲାଇଲା ବିଜେପି 

Odisha

ଚାରା ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲାଇଲା ବିଜେପି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଚାରା ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲାଇଲା ବିଜେପି 

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ 15 ହଜାର କୋଟି ଟଙ୍କାର ଚାରା ଦୁର୍ନୀତି ଅଭିଯୋଗ । ସିବିଆଇ ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲାଇ ବିଜେପିର ହଲାବୋଲ୍ । ରାଜ୍ୟ ସରକାର ଓ ବିଏମସି ବିରୁଧରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । 2018 ହକି ବିଶ୍ବକପ୍ ସମୟରେ ରାଜଧାନୀ ରାସ୍ତାକଡ଼ ସୌନ୍ଦର୍ଯ୍ୟକରଣ ନାଁରେ ହୋଇଛି ବଡ଼ ଘୋଟାଲା। ଗୋଟିଏ ଲେଖାଏଁ ଚାରା ପାଇଁ ଖର୍ଚ୍ଚ ହୋଇଛି 12 ଶହ ଟଙ୍କା।

ଶିଖର ଚଣ୍ଡୀରେ 18 ହଜାର ଚାରା ରୋପଣ ପାଇଁ ଖର୍ଚ୍ଚ ହୋଇଛି 2 କୋଟି 14 ଲକ୍ଷ 14 ହଜାର ଟଙ୍କା। ବାକି ପୁରା ସହରରେ ରାସ୍ତା ଦୁଇ ପାର୍ଶ୍ବରେ ଗଛ ଲଗାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଚାରା କିଣିବାକୁ ଆମ ରାଜ୍ୟରେ ନର୍ସରୀ ପାଇଲେନି ଯେ ଆନ୍ଧ୍ର ଓ ତେଲେଙ୍ଗାନାରୁ ଚାରା ଆମଦାନୀ କରାଯାଇଛି । ଏଥିରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି। ଘଟଣାର ସିବିଆଇ ତଦନ୍ତ ଦାବି ସହ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଦଳ । 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJP took to the streets demanding a CBI probe into the Chara scam | Argus English