ମଦ ରେଡ୍ : ବିଜେଡ଼ିକୁ କାଠଗଡାକୁ ଟାଣିଲା ବିଜେପି

Key Points
- ମଦକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ
- ବିଜେଡିକୁ ଘେରିଲା ବିଜେପି
- ବୌଦ୍ଧ ଡ଼ିଷ୍ଟିଲାରୀ ସହ ମୁଖ୍ୟମନ୍ତ୍ରୀଙ୍କର ସଂପର୍କକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ: ମଦକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ । ବଲାଙ୍ଗିର ପରି ପଛୁଆ ଜିଲ୍ଲାରୁ କୋଟି କୋଟି ଟଙ୍କା ଆଇଟି ରେଡ୍ରେ ଧରାପଡିବା ପରେ ବିଜେଡିକୁ କାଠଗଡାକୁ ଟାଣିଛି ବିଜେପି । ସିଧାସିଧା ଅଭିଯୋଗ କରି କହିଛି, କଳାଟଙ୍କାର ପାହାଡ଼ ପାଲଟିଛି ଓଡ଼ିଶା । ଆଉ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ମୁଖ୍ୟମନ୍ତ୍ରୀ ।
ସପ୍ତାହେରୁ ଅଧିକ ସମୟ ହେଲାଣି ବଲାଙ୍ଗିରରେ ରେଡ୍ ହେଲାଣି । କିନ୍ତୁ ରାଜ୍ୟର ମୁଖିଆ ହିସାବରେ କିନ୍ତୁ ମୁହଁ ଖୋଲିନାହାନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀ ହିସାବରେ ତ ମୁହଁ ଖୋଲିଲେ ନାହିଁ ବରଂ ଦଳୀୟ ନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ବି କିଛି କହିନାହାନ୍ତି ନବୀନ । ତେଣୁ ବିଜେଡିକୁ ସମାଲୋଚନା କରିଛନ୍ତି ବିରୋଧୀ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବୌଦ୍ଧ ଡ଼ିଷ୍ଟିଲାରୀକୁ ମୁଖ୍ୟମନ୍ତ୍ରୀ ମେକଇନ ଓଡ଼ିଶାରେ ଉଦଘାଟନ କରିଥିଲେ । ଭାରତ ବର୍ଷରେ ଏହା ପ୍ରଥମ ଘଟଣା, ଯେଉଁଥିରେ କି ଜଣେ ମୁଖ୍ୟମନ୍ତ୍ରୀ ଗୋଟିଏ ମଦ କମ୍ପାନୀକୁ ଉଦଘାଟନ କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଲା କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ପୁତୁରା ରିତେଶ ସାହୁ ଯିଏ କି ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ ସେୟାର କରିଛନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ନବୀନ ନିବାସରେ ଅବାଧ ପ୍ରବେଶ ଥିଲା । ମଦ ମାଫିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ପର୍କ ରହିଛି ବୋଲି ଅଭିଯୋଗ ବି ହୋଇଛି ।
📱 Get Argus News App
✨ଖାଲି ଏତିକି ନୁହେଁ ବରଂ ବିରୋଧୀ ଅଭିଯୋଗ କରିଛନ୍ତି କି, ୨୦୧୮ରେ ମେକଇନ ଓଡ଼ିଶାରେ ବୌଦ୍ଧ ଡ଼ିଷ୍ଟିଲାରୀ ଆବେଦନ କଲା, ୨୦୧୯ ରେ କମ୍ପାନୀର ଉଦଘାଟନ ହେଲା । ହେଲେ ଏତେ ଶୀଘ୍ର କେମିତି କମ୍ପାନୀର ଉଦଘାଟନ ହେଲା ? ଅନ୍ୟ କମ୍ପାନୀ ୧୬ ମସିହାରୁ ଆବେଦନ କରିବା ପରେ କାହିଁକି ତାଙ୍କର ଉଦଘାଟନ ହେଲାନାହିଁ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏନେଇ କିନ୍ତୁ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ ।