|
logo
Live

Argus News - ଶିକ୍ଷକ ନିଯୁକ୍ତି ଘୋଟାଲାର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଛି

Odisha

ଶିକ୍ଷକ ନିଯୁକ୍ତି ଘୋଟାଲାର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଛି

Jitendra Dash
Browse all articles by Jitendra Dash
·2 years ago·2 min read
ଶିକ୍ଷକ ନିଯୁକ୍ତି ଘୋଟାଲାର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଛି

ଅର୍ଗସ ବ୍ୟୁରୋ : ଏବେ ପ୍ରକାଶିତ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବାର ଖବର ଆସୁଛି । ପ୍ରକାଶିତ ହୋଇଥିବା ମେରିଟ୍ ଲିଷ୍ଟରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ନିଯୁକ୍ତି ପକ୍ରିୟାରେ ବ୍ୟାପକ ତ୍ରୁଟି ରହିଛି ଓ ସରକାରୀ ଚାକିରୀ ବିକ୍ରି କରାଯାଇଛି । ସେହି ନିଯୁକ୍ତିରେ କଟଅ୍‌ଫ ମାର୍କ କେତେ ରଖାଯାଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହା ବଡ ଆଶ୍ଚର୍ଯ୍ୟଜନକ । 

ସେହିପରି ପ୍ରତ୍ୟେକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ୱ ହୋଇଥିବାବେଳେ ଏବଂ ଏନେଇ ସବିଶେଷ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ କରାଇବା ପାଇଁ ନିୟମ ଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି ତାକୁ ନେଇ ବଡ ପ୍ରଶ୍ନ ପରୀକ୍ଷାର୍ଥୀମାନଙ୍କ ମନରେ ଉଠିଛି । ଶିକ୍ଷକ ନିଯୁକ୍ତିରେ ସରକାରୀ ଚାକିରୀ ବିକ୍ରି କରି ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ଓ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଓଡ଼ିଶାରେ ଆଗରୁ ଅନେକ ସରକାରୀ ନିଯୁକ୍ତି ପରୀକ୍ଷା ଯଥା, ଓଏସ୍‌ଏସ୍‌ସି, ଓପିଏସ୍‌ସି, ଓଟିଇଟି, ପୋଲିସ ନିଯୁକ୍ତି ଆଦିରେ ସରକାରୀ ଚାକିରି ବିକ୍ରି ହେଉଥିବା ନେଇ ଅଭିଯୋଗ ପ୍ରମାଣିତ ହୋଇ ସାରିଛି । କିନ୍ତୁ ସରକାର କେବେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଭିଜିଲାନ୍ସ ହାତରେ ଧରାପଡିଥିବା ଓଏସଏସସିର କୋଟିପତି କିରାଣୀ ବିରଂଚି ସାହୁ ଏବେ ପୁଣି ପଦନ୍ନୋତି ପାଇ ପୁନଃ ଅବସ୍ଥାପିତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହା ହେଉଛି ସରକାରଙ୍କର ଦୁର୍ନୀତି ପ୍ରୀତିର ଉଦାହରଣ । ଏବେ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଜାଲିଆତି ସେହି ତାଲିକାରେ ଯୋଡି ହେଲା । ପଶ୍ଚିମବଙ୍ଗରେ ଯେଉଁଭଳି ଶିକ୍ଷକ ନିଯୁକ୍ତି ଘୋଟାଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁର୍ଖାଜୀ ଗିରଫ ହେଲେ ଓଡ଼ିଶାରେ ମଧ୍ୟ ସେହିଭଳି ଅନେକ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁର୍ଖାଜୀମାନେ ଅଛନ୍ତି । ସେମାନେ କେବେ ଗିରଫ ହେବେ? ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ଘୋଟାଲା ଏକ ବହୁ କୋଟି ଟଙ୍କାର ଦୁର୍ନୀତି । ଏହି ଘଟଣାର ଚେର ଗଣଶିକ୍ଷା ବିଭାଗରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।   

Sponsored
ଶିକ୍ଷକ ନିଯୁକ୍ତି ଘୋଟାଲାର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଛି | Argus English