Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାନ୍ଦବାଲି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

Odisha

ଚାନ୍ଦବାଲି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

Jitendra Dash
Browse all articles by Jitendra Dash
·2 years ago·3 min read
ଚାନ୍ଦବାଲି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ବିଜେଡିର କୁଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ” ସୃଷ୍ଟି ହୋଇଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମ ସୀମା ଅତିକ୍ରମ କରିସାରିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି । ବିଜେଡି ଶାସନରେ ମହିଳା, ଶିଶୁ, ବୃଦ୍ଧ, ବୃଦ୍ଧା, ଚାଷୀକୁଳ, ଛାତ୍ରଛାତ୍ରୀ ସମସ୍ତେ ଅସୁରକ୍ଷିତ । ବିଜେଡି ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ସବୁଠୁ ନିମ୍ନସ୍ତରରେ ପହଁଚିଛି ବୋଲି ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି “ବ୍ଲକ ଘେରାଓ” କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାରର ମୁଣ୍ଡ ଉପରେ ଛାତ ନାହିଁ । ଓଡ଼ିଶାର ଗରୀବ ଲୋକମାନେ କିଭଳି କେନ୍ଦ୍ର ସରକାର ଦେଉଥିବା ପକ୍କାଘର ନପାଇବେ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ, ଜମି ଥିଲେ ବି ଓଡ଼ିଆ ଯୁବକ ବେକାର ହୋଇ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାରେ କୌଣସି ଶିଳ୍ପ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଏଯାଏଁ ହୋଇନାହିଁ । ଆମେ ଗର୍ବ କରିବା କଥା କି ଓଡ଼ିଶାରେ ୪୮୭କିମିର ବିସ୍ତିର୍ଣ୍ଣ ବେଳାଭୂମି ଥିବାବେଳେ ୧୮୧୦ ନିୟୁତ ଟନ୍‌ର ବକ୍ସାଇଟି, ୫୧୫୩ ନିୟୁତ ଟନ ଲୁହାପଥର, ୧୭୪ ନିୟୁୁତ ଟନ୍‌ର କ୍ରୋମାଇଟ୍‌, ୬୫,୦୦୦ନିୟୁତ ଟନ୍‌ର କୋଇଲା, ୧୭୪ନିୟୁତ ଟନ୍‌ର ମାଙ୍ଗାନିଜ୍‌, ୫୮ଲକ୍ଷ ହେକ୍ଟରର ଜଙ୍ଗଲ, ୬୧ଲକ୍ଷ ହେକ୍ଟରର ଚାଷ ଜମି ଥାଇ ମଧ୍ୟ ଓଡ଼ିଶାରେ ଶିଳ୍ପର ବିକାଶ ନହେବା ଦୁର୍ଭାଗ୍ୟଜନକ । ଖଣି ଅଂଚଳ ପାଇଁ ସ୍ୱତନ୍ତ୍ର ଭାବେ ଥିବା ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଂଠି ବା ଡିଏମ୍‌ଏଫ୍ ପାଂଠି ଦୁର୍ନୀତିର ଗନ୍ତାଘର ସାଜିଛି । ପଂଚାୟତ, ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ସରଳ ଆଦିବାସୀଙ୍କ ଜମିକୁ ଚଂଚକତା କରି ହଡପ୍ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ୍ ଜବାବ ଦେବେ ଶ୍ରୀ ସାମଲ କହିଛନ୍ତି ।

ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ ସଂପୃକ୍ତ ଅଭିଯୁକ୍ତମାନେ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି । “ଅଣଓଡିଆ ଅଫିସର, ଠିକାଦାର, ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦ ପ୍ରତିଶତ ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି, କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି କର୍ମୀମାନେ ଦୁଇ ହଜାର ଟଙ୍କା ଲାଂଚ ନେଇ ବିଭିନ୍ନ ବ୍ୟକ୍ତିମାନଙ୍କୁ ପାଇଖାନା ଘର ବଂଟନ କରୁଛନ୍ତି । ବହୁ ନିର୍ମିତ ପାଇଖାନା ଘର ଆଜି ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି । ବହୁ ପଂଚାୟତରେ ଗୋଟିଏ ପାଇଖାନା ନର୍ମାଣ କରି ନାମଫଳକରେ ହିତାଧିକାରୀମାନଙ୍କ ନାମ ବାରମ୍ବାର ପରିବର୍ତନ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଛନ୍ତି । ବିଧବା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବାରେ ଆଜି ବିଜେଡି ସରକାର ବହୁ ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି ।

ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତିର ଶିକାର । ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ହତ୍ୟା, ଧର୍ଷଣ, ଅପହରଣ, ଲୁଂଠନ ଭଳି ସଙ୍ଗୀନ ଘଟଣାମାନ ଦୈନନ୍ଦିନ ଘଟୁଛି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ଇଙ୍ଗିତରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି । ଶାସକ ଦଳର ୪୦ରୁ ଅଧିକ ବିଧାୟକ ଆଜି ସଙ୍ଗୀନ ଦଫାର ଅଭିଯୁକ୍ତ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି ଅନେକ ଲୋମହର୍ଷଣକାରୀ ଅପରାଧିକ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଜନତା ଦଳର ନେତାମାନେ । ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୌନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି କିନ୍ତୁ କେଉଁ ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ଦୀର୍ଘ ୨୩ ବର୍ଷର ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମସୀମା ଅତିକ୍ରମ କରିସାରିଛି । ଯାହାକି ‘ବ୍ଲକ ଘେରାଓ’ କାର୍ଯ୍ୟକ୍ରମରେ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ଓ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପ ସଭାପତି କମଲାକାନ୍ତ ସୁତାର, ବରିଷ୍ଠ ନେତା ମୀନକେତନ ବିଶ୍ୱାଳ, କାହ୍ନୁଚରଣ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ । 

Sponsored
BJP state president participated in Chandbali block protest program | Argus English