ଗନ୍ଧାଳି ଗାଁକୁ ଆଲୋକୀକରଣ କଲେ ବିଜେପି ମୁଖପାତ୍ର

ଅର୍ଗସ ବ୍ୟୁରୋ : ନିଜ ଟଙ୍କାରେ କଲେ ଲୋକଙ୍କ ସେବା । ନିଜେ ଟଙ୍କା ଖର୍ଚ୍ଚକରି ଗାଁକୁ କଲେ ଆଲୋକିକରଣ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମହତିପୁର ପଞ୍ଚାୟତ ଅଧୀନ ଗନ୍ଧାଳି ଗାଁରେ । ଏହି ଗାଁରେ ଅଧିକାଂଶ ହରିଜନ ଶ୍ରେଣୀର ଲୋକେ ବସବାସ କରନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗାଁର ଲୋକମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଶ୍ରୀ ଦାସଙ୍କୁ ଅବଗତ କରାଇଥିଲେ । ପରେ ଶ୍ରୀ ଦାସ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଶ୍ରୀ ଦାସ ଉକ୍ତ ଗାଁକୁ ଯାଇ ରାସ୍ତା, ପୋଲ, ଲାଇଟ, ଆବାସ ଯୋଜନାରେ ଘର, ପାଇଖାନା ଓ ଏକ ଦେବାଳୟ ଅବହେଳିତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ପାଇଥିଲେ ।
📱 Get Argus News App
✨ପରେ ଶ୍ରୀ ଦାସ ଉକ୍ତ ଗାଁକୁ ଯାଇ ଗାଁର ସ୍ଥିତି ଅନୁଧ୍ୟାନ କରିଥିଲେ । ଗାଁର ଲାଇଟ ବ୍ୟବସ୍ଥା ନଥିବାରୁ ରାତିରେ ଗ୍ରାମବାସୀ ମାନେ ଯାତାୟାତ କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବା ସହିତ ଛୋଟ ଛୋଟ ପିଲାମାନେ ପଢିବା ପାଇଁ ଟିଉସନ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଆଖିଆଗରେ ରଖି ଶ୍ରୀ ଦାସ ବ୍ୟକ୍ତିଗତ ଟଙ୍କାରେ ଗାଁରେ ସମସ୍ତ ଛକ ମାନଙ୍କରେ ମର୍କୁରି ଲାଇଟ ଲଗାଇଥିଲେ । ଶ୍ରୀ ଦାସଙ୍କ ଏଭଳି ପ୍ରୟାସକୁ ଗ୍ରାମବାସୀମାନେ ପ୍ରଶଂସା କରିବା ସହିତ ଗାଁକୁ ଡାକି ସମସ୍ତ ଗ୍ରାମବାସୀମାନେ ସମ୍ବର୍ଦ୍ଧନା ଜଣାଇଥିଲେ ।