Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଦ ବେପାରୀଙ୍କ ଘରୁ ୩୦୦କୋଟି ରୁ ଉର୍ଦ୍ଧ ଜବତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି

Odisha

ମଦ ବେପାରୀଙ୍କ ଘରୁ ୩୦୦କୋଟି ରୁ ଉର୍ଦ୍ଧ ଜବତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି

Jitendra Dash
Browse all articles by Jitendra Dash
·2 years ago·2 min read
ମଦ ବେପାରୀଙ୍କ ଘରୁ ୩୦୦କୋଟି ରୁ ଉର୍ଦ୍ଧ ଜବତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି

ଅର୍ଗସ ବ୍ୟୁରୋ : ତାଳଚେର ବିଜେପି ପକ୍ଷରୁ ବରିଷ୍ଠ ନେତା କାଳନ୍ଦି ସାମଲ ଙ୍କ ନେତୃତ୍ୱରେ ଆଜି ସୋମବାର ହାଟତୋଟା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କର କୁଶ ପୁତଳିକା ଦାହ କରାଯାଇଛି । ହାଟତୋଟା ହନୁମାନ ମନ୍ଦିର ଠାରୁ ବିଜେପି କାର୍ଯ୍ୟକର୍ତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ହାଟତୋଟା ବଜାର ମଧ୍ୟରେ ବିକ୍ଷୋଭ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । 

ବରିଷ୍ଠ ନେତା କାଳନ୍ଦି ସାମଲ ଯୋଗଦେଇ  ରାଜ୍ୟରେ ଜଣେ ମଦ ବ୍ୟାପାରି ଙ୍କ ଉପରେ ଯେଉଁ ଆଟି ରେଡ଼ ଚାଲିଛି ଏତେ ଅର୍ଥ ବାହାରୁଛି ଯେ ୩ ଦିନ ହେବ ବ୍ୟାଙ୍କ କର୍ମଚାରୀ ଓ ମେସିନ ଟଙ୍କା ଗଣି ପାରୁନାହାନ୍ତି ଏହା ଜଣେ ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ  ଧୀରଜ ପ୍ରସାଦ ସାହୁ ଙ୍କ ର ମଦ କମ୍ପାନୀ ଏବଂଏହାର ପରିଚାଳକ ଜଣେ ବିଜେଡି ନେତା  ଏଥିରେ ବହୁ ବିଜେଡି ନେତା, ବିଧାୟକ, ସାଂସଦ ମନ୍ତ୍ରୀ ଓ ସରକାରୀ ଅଧିକାରୀ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ କଂଗ୍ରେସ ବିଜେଡି  ମିଳିତ ଭାବେ ମଦ ବ୍ୟାପାର ରେ ସମ୍ପୃକ୍ତ ରହି ବାର୍ଷିକ ୫୦୦୦୦ କୋଟି ରୁ ଉର୍ଦ୍ଧ୍ବ ଦୁର୍ନୀତି ଚାଲୁଛି ବୋଲି ସେ କହିଥିଲେ । ରାଜ୍ୟରେ ମଦର ମହାନଦୀ ହେଉଛି ୨୪ ବର୍ଷ ବିଜେଡି ସରକାର ର ସଫଳତା ବୋଲି କହିଥିଲେ।ଯଦି ଜଣ ଙ୍କ ଘରୁ ଏତେ ଅର୍ଥ ବାହାରୁଛି ତେବେ ରାଜ୍ୟରେ ବିଜେଡି ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅଧିକାରୀ ଙ୍କ ଘରୁ କେତେ ଟଙ୍କା ବାହାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କର କୁଶ ପୁତଳିକା ଦାହ କରାଯାଇଥିଲା।ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ପର୍ଶୁରାମ ବାରିକ, ରାଜେନ୍ଦ୍ର ସିଂହ, ବିଭୁତି ସାହୁ, ମନୋଜ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ନରେନ୍ଦ୍ର ସାହୁ, ଲୋକନାଥ ସାହୁ, ଶୋଭାଗିନୀ ପ୍ରଧାନ, ପ୍ରଶାନ୍ତ ନନ୍ଦ, ମିଲ୍ଲୀ ପ୍ରଧାନ, ସଂଯୁକ୍ତା ମହାରଣା, ମୃଣାଳିନୀ ପଟ୍ଟନାୟକ, ଯସ୍ମୀନ ପ୍ରଧାନ, ହିମାଂଶୁ ସାହୁ, ବିରଞ୍ଚି ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Sponsored
BJP seized more than 3 crores from the house of the liquor dealer and burnt the effigy of the Chief Minister | Argus English