Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ସରକାର ବିରୋଧୀଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ଭାବିବା ହସ୍ୟାସ୍ପଦ

Odisha

ବିଜେଡି ସରକାର ବିରୋଧୀଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ଭାବିବା ହସ୍ୟାସ୍ପଦ

Jitendra Dash
Browse all articles by Jitendra Dash
·2 years ago·3 min read
ବିଜେଡି ସରକାର ବିରୋଧୀଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ଭାବିବା ହସ୍ୟାସ୍ପଦ

ଅର୍ଗସ ବ୍ୟୁରୋ : ରିଜର୍ଭ ବ୍ୟାଙ୍କ ଦ୍ୱାରା ସଦ୍ୟ ପ୍ରକାଶିତ “ଷ୍ଟେଟ୍ ଫାଇନାନ୍ସ ରିପୋର୍ଟ”ରେ ଓଡ଼ିଶାର ଅର୍ଥନୈତିକ ସ୍ଥିତିର ଦୟନୀୟ ଅବସ୍ଥା ପରିସ୍କାର ହୋଇଯାଇଛି । ବିକାଶ ଏବଂ ଅଭିବୃଦ୍ଧି ସହିତ କୌଣସି ସମ୍ପର୍କ ନଥିବା ଅଣବିକାଶ ବ୍ୟୟ ଓଡ଼ିଶାରେ ସର୍ବାଧିକ । ଆର୍ôଥକ ବର୍ଷ  ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ  ଏ ପ୍ରକାର ବ୍ୟୟ ୪୪.୬ପ୍ରତିଶତ ବୃଦ୍ଧି ଘଟିଛି । ଯାହାକି ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ । ଠିକ୍ ସେହିପରି ରାଜ୍ୟର ନିଜସ୍ୱ ଅଣଟିକସ ଆୟ ଅହେତୁକଭାବରେ ବୃଦ୍ଧି ପାଇଛି । ଦେଶର ସମସ୍ତ ରାଜ୍ୟ କରୁଥିବା ଅଣଟିକସ ଆୟର ୧୪.୭ପ୍ରତିଶତ କେବଳ ଓଡ଼ିଶାରୁ ସମ୍ଭବ ହେଉଛି । ଅନ୍ୟ ପକ୍ଷରେ ଗତ ୩ବର୍ଷରେ ଓଡ଼ିଶାରେ ନିଜସ୍ୱ ଟିକସ ଆୟ ସମସ୍ତ ରାଜ୍ୟଙ୍କର ଟିକସ ଆୟର ୨.୮ପ୍ରତିଶତରୁ କ୍ରମାଗ୍ରତଭାବେ ହ୍ରାସ ପାଇଁ ୨.୫ ପ୍ରତିଶତରେ ପହଂଚିଲାଣି । ଏହି ଅତିରିକ୍ତ ଅଣଟିକସର ଉତ୍ସ ହେଉଛି ରାଜ୍ୟର ଖଣିଜଦ୍ରବ୍ୟ । ରାଜ୍ୟରେ ବାର୍ଷିକ ୨୨୭ ନିୟୁତ ଟନ୍ ଖଣିଜ ଦ୍ରବ୍ୟ ଉତୋଳନ ହୁଏ ଏବଂ ଓଡ଼ିଶାର ସମୁଦାୟ ଖଣିଜ ପଦାର୍ଥର ପରିମାଣ ହେଉଛି ୪୭୪୮ ନିୟୁତ ଟନ୍ । ଅର୍ଥାତ୍ ୨୦ବର୍ଷରେ ଓଡ଼ିଶାର ଖଣିଜ ସମ୍ପଦ ସମାପ୍ତ ହୋଇଯିବାର ଆଶଙ୍କା ଦେଖାଦେଲାଣି । ଖଣିଜ ସମ୍ପଦ ସମାପ୍ତ ହେଲେ ରାଜ୍ୟ କେଉଁ ଉତ୍ସରୁ ଏପରି ବ୍ୟାପକ ଅଣଟିକସ ଆୟ କରିପାରିବ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଓଡ଼ିଶାର ଭବିଷ୍ୟତକୁ ୨୦ବର୍ଷରେ ସୀମିତ ରଖିଥିବା ବିଜୁ ଜନତା ଦଳ ବିରୋଧୀ ଦଳଙ୍କୁ ଅନ୍ଧ ଓ ନିଜକୁ ଚକ୍ଷୁଷ୍ମାନ ବୋଲି ଭାବିବା ହସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ମୋଟ ବ୍ୟୟରେ ଶିକ୍ଷାର ଅଂଶଭାଗ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଆର୍ôଥକ ବର୍ଷ ୨୦୦୬-୦୭ରେ ରାଜ୍ୟ ସରକାରଙ୍କ ସମୁଦାୟ ବ୍ୟୟର ୧୨.୮ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହୋଇଥିଲାବେଳେ ୨୦୨୩-୨୪ରେ ତାହା ୧୨ପ୍ରତିଶତକୁ ଖସିଆସିଛି । ଏହି କାରଣରୁ ଆଜି ସ୍କୁଲରେ ଶିକ୍ଷକ ନାହାନ୍ତି, ଗୋଟିଏ ବି ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି, ଶ୍ରେଣୀ ଗୃହଛାଡି ଶିକ୍ଷକ ରାଜ ରାସ୍ତାରେ । ଏଥିରୁ ସ୍ପଷ୍ଟ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିଜର୍ଭ ବ୍ୟାଙ୍କର ଉପରୋକ୍ତ ରିପୋର୍ଟ ଅନୁଯାୟୀ ସାମାଜିକ କ୍ଷେତ୍ରରେ ରାଜ୍ୟ ସରକାର ବ୍ୟାପକ ବ୍ୟୟ ବରାଦ କରିଛନ୍ତି । ଆର୍ôଥକ ବର୍ଷ ୨୦୦୬-୦୭ରେ ୬୧୨୬.୫କୋଟି ଟଙ୍କା, ୨୦୨୩-୨୪ରେ ୯୭୯୭୭.୩କୋଟିରେ ପହଂଚିଛି । ତଥାପି ଅନ୍ୟ ରାଜ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତା ୧୦୦୦,୧୨୦୦ ଏପରିକି ୩,୭୫୦ ହୋଇଥିବାବେଳେ ଓଡ଼ିଶାରେ ତାହା କାହିଁକି ୫ଶହ ଟଙ୍କାରେ ସୀମାବଦ୍ଧ ବୋଲି ପ୍ରଶ୍ନ ପଚାରି ସାମାଜିକ କ୍ଷେତ୍ର ବ୍ୟୟ ନାଁରେ ରାଜ୍ୟ ସରକାର ଅନିୟମିତତା ଓ ଦୁର୍ନୀତିର ସମସ୍ତ ସୀମା ଉଲଘଂନ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ଲଜିଷ୍ଟିକ୍ ସୂଚ୍ୟାଙ୍କ ପ୍ରକାଶ କରିଛନ୍ତି । ଶିଳ୍ପାୟନ, ରପ୍ତାନୀ ଓ ଅର୍ଥନୈତିକ ଅଭିବୃଦ୍ଧି ସକାଶେ କେଉଁ ରାଜ୍ୟ କେତେ ଅନୁକୁଳ ପରିବେଶ ସୃଷ୍ଟି କରିଛନ୍ତି ତାହା ଏହି ସୂଚ୍ୟାଙ୍କରୁ ଜଣାପଡିଥାଏ । ଓଡ଼ିଶା ଏହି ସୂଚ୍ୟାଙ୍କରେ ସର୍ବନିମ୍ନ “ଆସ୍‌ପାୟର୍ସ” ଶ୍ରେଣୀଭୁକ୍ତ ହେବା ଦୀର୍ଘ ସମୟ ଧରି ଶାସନ କରୁଥିବା ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରୁଛି । ଆର୍ôଥକ ବର୍ଷ ୨୦୨୩-୨୪ର ଏପ୍ରିଲରୁ ଜୁନ୍ ମଧ୍ୟରେ ଓଡ଼ିଶାରେ ୨ଲକ୍ଷ ୫୯ହଜାର ୩୭୨ଗ୍ରାମୀଣ ପକ୍କା ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଛନ୍ତି, ଅଥଚ ରାଜ୍ୟ ସରକାର ସମ୍ପୂର୍ଣ୍ଣ କରିଛନ୍ତି ମାତ୍ର ୩,୪୫୫ଟି ଘର । ଯାହାକି ଲକ୍ଷ୍ୟର ପାଖାପାଖି ୧ପ୍ରତିଶତ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ବ୍ୟାଙ୍କ ସେବା ଯୋଗାଇ ଦେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ଦ୍ରବ୍ୟ ସଂଗ୍ରହ କରିବା ଦିଗରେ ସରକାର ନିଜ ପ୍ରତିଶ୍ରୁତି ରକ୍ଷାରେ ବାରମ୍ବାର ବିଫଳ ହୋଇଥିବା ପ୍ରକାଶ କରି ବିଜେଡିର ଚକ୍ଷୁଷ୍ମାନ ନେତା ଏବାବଦରେ ଉତର ରଖିବା ଆବଶ୍ୟକ । ଅବଶ୍ୟ ସିଏଜିର ୩୫୩ଟି ପ୍ରତିକୁଳ ମନ୍ତବ୍ୟ ଉପରେ ରାଜ୍ୟ ସରକାରଙ୍କର ୪୩ଟି ବିଭାଗ ୨ବର୍ଷ ଧରି ଉତର ଦେଇପାରିନଥିବା ବେଳେ ବିଜେଡି କେତେ ଦୂର ଉପରୋକ୍ତ ବିଫଳତାର ତଥ୍ୟ ଭିତିକ ଜବାବ ଦେଇପାରିବ ସେ ସଂକ୍ରାନ୍ତରେ ଶ୍ରୀ ପଣ୍ଡା ଆଶଙ୍କା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ । 

Argus Whatsapp Channel Mobile Top
Sponsored
BJP Satyabrata Panda Press Meet | Argus English