|
logo
Live

Argus News - ବିଜେପି କଲା ଅଭିଯୋଗ : ସଂକଟରେ 'ଶଙ୍ଖ' ଚିହ୍ନ

Odisha

ବିଜେପି କଲା ଅଭିଯୋଗ : ସଂକଟରେ 'ଶଙ୍ଖ' ଚିହ୍ନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେପି କଲା ଅଭିଯୋଗ : ସଂକଟରେ 'ଶଙ୍ଖ' ଚିହ୍ନ

Key Points

  • ଭୋଟ୍‌ ପାଇଁ ବିକଳ ହେଲାଣି ବିଜେଡି
  • ନିଇତି ନୂଆ ନୂଆ ଯୋଜନା
  • ସରକାରୀ କାର୍ଯ୍ୟକ୍ରମରେ ବି ଦଳୀୟ ଚିହ୍ନ
  • ବର୍ଷକୁ ହେଉଛି ୧ ଲକ୍ଷ କୋଟିର ଦୁର୍ନୀତି

ଅର୍ଗସ ବ୍ୟୁରୋ: ଭୋଟ୍‌ ଲାଗି କିଛି ବି କରିପାରେ ବିଜେଡି । ଏ କଥା ଆମେ ନୁହେଁ ବରଂ ବିଜେଡିର କାମରୁ ହିଁ ସ୍ପଷ୍ଟ ଜଣାପଡିଛି । ନିର୍ବାଚିନ ପାଖେଇ ଆସିଲେ ଯୋଜନା ଉପରେ ଯୋଜନା କରନ୍ତି ନବୀନ ସରକାର । ହେଲେ ସେହି ଯୋଜନାର ବାସ୍ତବତା କେତେ ତାହା ସମସ୍ତେ ଜାଣନ୍ତି । ଖାଲି ବାସ୍ତବତା କାହିଁକି ବରଂ ଯୋଜନା କାର୍ଯ୍ୟକାରୀ କରିବାକୁ ବି ପିସି ନେଉଛନ୍ତି ପ୍ରଶାସନିକ ବାବୁ । ଆଉ ରାଜ୍ୟରେ କେତେ ମୋଟା ଅଙ୍କର ପିସି କେଉଁ କେଉଁ ସ୍ତରରେ କିଏ କିଏ ନେଉଛନ୍ତି ତାହାର ଭାଣ୍ଡାଫୋଡ୍‌ କରିଛି ବିଜେପି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଭୋଟ୍‌ ଲାଗି ଏ ସରକାର ଏତେ ବାୟା ହେଲାଣି ଯେ ସରକାରୀ କାର୍ଯ୍ୟକ୍ରମରେ ବି ଦଳୀୟ ଚିହ୍ନ ଶଙ୍ଖର ବ୍ୟବହାର କରୁଛି ବିଜେଡି । ଏମିତିକି ବିଜ୍ଞାପନ ଓ ରାସ୍ତା କଡରେ ଥିବା ହୋର୍ଡିଂରେ ବି ଲାଗୁଛି ଦଳୀୟ ଚିହ୍ନ ସିଏ ପୁଣି ସରକାରୀ ଯୋଜନାରେ । ଯାହାକୁ ନେଇ ବିଜେପି ଇସିଆଇଙ୍କ ପାଖରେ ଅଭିଯୋଗ କରିଛି । ଏମିତିକି ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଚିହ୍ନକୁ ରଦ୍ଦ କରିବାକୁ ଦାବି କରିଛି ବିଜେପି ।

ବିଜେପିର ଅଭିଯୋଗ ଅନୁସାରେ, ବିଜେଡି ସରକାର ବିଭିନ୍ନ ସମ୍ବାଦପତ୍ର, ଟିଭି ଚ୍ୟାନେଲରେ ଦେଉଥିବା ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ବ୍ୟବହାର କରୁଛି । ଏମିତିକି ଓଏସ୍‌ଆରଟିସି ବସ୍‌ ଓ ରାଜ୍ୟ ସାରା ଲାଗିଥିବା ବିଭିନ୍ନ ହୋର୍ଡିଂରେ ଏହି ଚିହ୍ନକୁ ସରକାରୀ ଭାବରେ ବ୍ୟବହାର କରାଯାଉଛି । ଯାହା କି ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଉଲଘଂନ କରୁଛି । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋର ଧରିଛି ଦାବି । ତେବେ ବିଜେଡି ସରକାର ଭୋଟ୍‌ ଲାଗି କିଛି ବି କରିପାରେ ବୋଲି ଏବେ ଛକ ଛକରେ ଜୋର ଧରିଲାଣି ଚର୍ଚ୍ଚା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ବିଜେପି କଲା ଅଭିଯୋଗ : ସଂକଟରେ 'ଶଙ୍ଖ' ଚିହ୍ନ | Argus English