କେଉଁଠୁ ଆସିଲା ଏତେ ଟଙ୍କା ? ସିବିଆଇ ତଦନ୍ତ ଦାବି କଲା ବିଜେପି
·2 years ago

ଅର୍ଗସ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ପାଖରୁ ୫୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା । ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣେ ମଦ ବେପାରୀ କେମିତି ୫୦୦ କୋଟିରୁ ଅଧିକ ଟଙ୍କା ପାଖରେ ରଖି ପାରିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସାହୁ ବ୍ରଦର୍ସଙ୍କ ସହ ବୌଦ୍ଧ, ସୋନପୁର, ଟିଟଲାଗଡ, ରାୟଗଡ଼ାରୁ ଯେଉଁ ମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ କରି ଏ ଅଭିଯୋଗ କରିଛନ୍ତି । ମଦ ବ୍ୟବସାୟଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟିକା ଟୁକୁନି ସାହୁଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: