Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପ୍ରଶାସନ ଅଧିକାରୀକୁ ବ୍ୟବହାର କରୁଛି

Odisha

ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପ୍ରଶାସନ ଅଧିକାରୀକୁ ବ୍ୟବହାର କରୁଛି

Jitendra Dash
Browse all articles by Jitendra Dash
·2 years ago·2 min read
ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପ୍ରଶାସନ ଅଧିକାରୀକୁ ବ୍ୟବହାର କରୁଛି

ଅର୍ଗସ ବ୍ୟୁରୋ : ନିର୍ବାଚନରେ ସରକାରୀ କଳ, ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧି ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଶାସକ ବିଜେଡି ସପକ୍ଷରେ ଜନମତକୁ ବିଭ୍ରାନ୍ତ କରୁଥିବାର ବହୁ ଅଭିଯୋଗ ଓ ପ୍ରମାଣ ରହିଛି । ଆଗକୁ ୨୦୨୪ ସାଧାରଣ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋଟିଏ ସ୍ଥାନରେ ଅବସ୍ଥାପିତ ଥିବା ଜିଲ୍ଲାପାଳ, ପୋଲିସ ଏସପି, ସିଡିପିଓ,  ବିଡିଓ, ତହସିଲଦାରମାନଙ୍କ ଭଳି ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ । ଅତୀତରେ ଅବସ୍ଥାପିତ ଥିବା ଜିଲ୍ଲା ତଥା ବ୍ଲକରେ ସରକାରୀ ଅଧିକାରୀମାନେ ପୁନଃ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । 

ଅଧିକ ପଢନ୍ତୁ ଓଡିଶା ଖବର

ଏହି ପରିପ୍ରେକ୍ଷୀରେ ଗତ ୨୦୨୩ ଡିସେମ୍ବର ୨୧ତାରିଖ ଦିନ ଜାତୀୟ ମୁଖ୍ୟ ନିର୍ବାଚନ କମିଶନ ଏକ ନିର୍ଦ୍ଦେଶାନାମା ଜାରୀ କରି ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ସେମାନଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଜାରୀ ହେବାର ପାଖାପାଖି ମାସେ ବିତିବାକୁ ଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନେଲେ ନାହିଁ କି କୈାଣସି ପ୍ରକ୍ରିୟା ଆରମ୍ଭ କଲେ ନାହିଁ । ୨୦୧୮ମସିହା ଜାନୁଅରୀ ୧୯ରୁ ଆଶିଷ ଠାକରେ କେନ୍ଦୁଝର ଜିଲ୍ଲାପାଳ ଭାବେ, ୨୦୧୮ ମସିହା ଏପ୍ରିଲ ୨୧ ତାରିଖରୁ ବିନିତ ଭରଦ୍ୱାଜ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଛନ୍ତି । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ରାଜ୍ୟ ସରକାର ଜାଣିଶୁଣି ସେମାନଙ୍କୁ ବଦଳି କରୁନାହାନ୍ତି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ଅସମ୍ଭବ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବୀ କରିବା ସହିତ ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛି । ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପ୍ରଶାସନ ଅଧିକାରୀକୁ ବ୍ୟବହାର କରିଆସୁଛି । ଅନ୍ୟ ପଟେ ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟୀତ୍ୱ ଭୁଲି ଯାଇ ଏଭଳି ଅପରାଧିକ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଏବଂ ଅବିଶ୍ୱସନୀୟ । ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ସରକାରୀ ଅଧିକାରୀମାନେ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏଭଳି ଅପରାଧିକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ଲିପ୍ତ ନ ରହିବାକୁ ଡ.ଲେଖାଶ୍ରୀ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକଲେ ଖୁବ୍ ଶୀଘ୍ର ‘ଦୀର୍ଘ ବର୍ଷ ଧରି ଅବସ୍ଥାପିତ ଥିବା ଅଧିକାରୀଙ୍କ ତାଲିକା’ ସହ ଧାରଣା ଦେବ ବିଜେପି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସହସଂଯୋଜକ ସୁଜିତ୍ କୁମାର ଦାସ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
BJP delegation met the Chief Election Officer | Argus English