ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ସରକାର ଚୁପ

ଅର୍ଗସ ବ୍ୟୁରୋ : ଓଡିଶାରେ ମଦ ମାଫିଆଙ୍କ ଆଡ୍ଡା ଉପରେ ଆୟକର ବିଭାଗ ଦ୍ୱାରା ଚଢାଉରେ ବିପୁଳ କଳାଟଙ୍କା ଜବତ ଘଟଣାରେ ରାଜ୍ୟ ସରକାର ୭ ଦିନ ପରେ ମଧ୍ୟ କାହିଁକି ଚୁପ ଅଛନ୍ତି? ଯେଉଁ କମ୍ପାନୀ ଏହି ମଦ ଭାଟି ସବୁ ଚଲାଉଥିଲା ସେହି କମ୍ପାନୀ ସହିତ ସରକାରଙ୍କର କି ସର୍ମ୍ପକ ଅଛି? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ । କେବଳ ସେତିକି ନୁହେଁ ସେହି ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା କାହିଁକି ଦିଆଯାଇଛି? ସରକାର ସାଧାରଣ ଲୋକଙ୍କୁ ପିଇବା ପାଇଁ ପାଣି ଦେଇପାରୁନଥିବା ବେଳେ ମଦ କାରଖାନାକୁ ମହାନଦୀରୁ ପାଣି କେଉଁ ସ୍ୱାର୍ଥରେ ଦିଆଯାଉଛି ? ସାଧାରଣ ଲୋକଙ୍କ ମନରେ ଏବେ ଏକ ଧାରଣା ତିଆରି ହୋଇଛି ଯେ, ରାଜ୍ୟ ସରକାର ମଦ ମାଫିଆଙ୍କ ସ୍ୱାର୍ଥରେ କାମ କରୁଥିଲେ । ଏଭଳି ଅନେକ ପ୍ରସଙ୍ଗ ଉପରେ ଏବେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସମ୍ବିଧାନର ୭ତମ ଅନୁଛେଦ ଅନୁସାରେ ମଦ ବିକ୍ରି ସମ୍ବଦ୍ଧିୟ ସମସ୍ତ ବିଷୟ ହେଉଛି ରାଜ୍ୟ ସରକାରଙ୍କ ବ୍ୟାପାର । ହେଲେ ସାରା ଦେଶ ଏବେ ଓଡିଶାର ମଦ ଭାଟି ଉପରେ ହୋଇଥିବା ଚଢାଉକୁ ନେଇ ହଲଚଲ ହେଉଥିବା ବେଳେ ରାଜ୍ୟ ସରକାର ଏକ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି । ଏତେ ବଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପାଟି ନଖୋଲିବା ବଡ ଆଶ୍ଚର୍ଯ୍ୟର ବିଷୟ । “ମେକ ଇନ ଓଡିଶା”ରେ କିଭଳି ଓ କେଉଁ ପରିସ୍ଥିତିରେ ଏହି କମ୍ପାନୀକୁ ସାମିଲ କରାଯାଇଥିଲା ତାହା ମଧ୍ୟ ଆଉ ଏକ ବଡ ପ୍ରସଙ୍ଗ । ଓଡିଶାରେ ସରକାରଙ୍କର ଆଳୁ ମିଶନ, ପିଆଜ ମିଶନ ଆଦି ଫେଲ ହୋଇଥିଲା ବେଳେ ମଦ ମିଶନ କିନ୍ତୁ ବେଶ ସଫଳ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ବିବାଦ ଭିତରେ ଥିବା ବୌଦ୍ଧ ଡିଷ୍ଟିଲାରିର ଓଡିଶାରେ ଦେଶି ମଦ ବେପାରରେ ଏକ ଚାଟିଆ ଆଧିପତ୍ୟ ରହିଛି । ଏହା ପଛରେ ସରକାରଙ୍କ ଅବକାରୀ ନୀତି ଦାୟୀ । ଓଡିଶାରେ ୨୦୦୦ ମସିହାରୁ ଦେଶି ମଦଭାଟି କେବଳ ନବିକରଣ ହେଉଛି । ଏହାର ରିଅକ୍ସନ ବା ରିଟେଣ୍ଡରଙ୍ଗି ହେଉନାହିଁ । ଓଡିଶାରେ ୫୦ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ଓଡିଶାରେ ଆଜି “ମଦର ମହାନଦୀ” ସୃଷ୍ଟି ହୋଇଛି । କେବଳ ବଲାଙ୍ଗିର ଜିଲ୍ଲାରେ ଅଛି ମୋଟ ୬୨ଟା ମଦ ଭାଟି । ଦିନକୁ ୮ ଲକ୍ଷ ଲିଟର ମଦ ବିକ୍ରି ହେଉଛି ଓଡିଶାରେ । “ନ୍ୟାସନାଲ ଫ୍ୟାମିଲ ହେଲ୍ଥ ସର୍ଭେ” ଅନୁସାରେ ଗ୍ରାମାଂଚଳରେ ୩୦ ପ୍ରତିଶତ ଲୋକ ମଦ ପିଉଛନ୍ତି । ବିଜୁ ଜନତା ଦଳ ସରକାରର ଗୋଟିଏ ଲକ୍ଷ ଲୋକଙ୍କୁ ମଦୁଆ କରି ନିର୍ବାଚନ ପାଇଁ ଟଙ୍କା ଆଦାୟ କରିବା । ବିଜେଡି ବର୍ତମାନ ସମସ୍ତ ଆଂଚଳିକ ଦଳ ଭିତରେ ସବୁଠାରୁ ଧନି ଦଳ । ସେହି ଦଳ ପାଖରେ ଏତେ ପଇସା ଆସିଲା କେଉଁଠୁ? ଏହା କେଉଁ ମଦ ମାଫିଆଙ୍କ ଅର୍ଥ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ ଦାସ ଉପସ୍ଥିତ ଥିଲେ ।