ପ୍ରାଣ ପ୍ରତିଷ୍ଠା ଦିନ ମିଶନ ଶକ୍ତିର ରିଭ୍ୟୁ ମିଟିଂକୁ ନେଇ ବିଜେପିର କ୍ଷୋଭ

ଭୁବନେଶ୍ୱର: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ମିଶନ ଶକ୍ତିର ଗ୍ରାଉଣ୍ଡ ଷ୍ଟାଫ ମାନଙ୍କୁ ରିଭ୍ୟୁ ମିଟିଂ ଡାକିବାକୁ ନେଇ କ୍ଷୋଭ ପ୍ରକାଶ କଲା ବିଜେପି । ଆସନ୍ତାକାଲି ସାରା ଦେଶ ରାମ ମୟ ହେଉଥିବାବେଳେ ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ମିଟିଂ ଡାକିବା ଦୁଃଖର ଘଟଣା ।
ଆସନ୍ତାକାଲି ରାଜ୍ୟ ସରକାର ମଧ୍ୟ ହାଫ୍ ଡେ ଛୁଟି ଘୋଷଣା କରିଥିବାବେଳେ କେଉଁଭଳି ଭାବରେ ମିଶନ ଶକ୍ତିର ସଚିବ ମିଟିଂ ଡାକୁଛନ୍ତି । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଏହିଭଳି ନିଷ୍ପତ୍ତି ଯଦି ନେଇଛନ୍ତି ତାହେଲେ ଗୋଟିଏ ଥର ବିଚାର କରିବାର ଆବଶ୍ୟକତା ଅଛି ।
ଆସନ୍ତାକାଲି ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ବିଦ୍ୟୁତ୍ କାଟ କରାଯିବ ବୋଲି ଘୋଷଣା କରାଯାଇଛି । ଯାହା ସେଇଠି ଅସନ୍ତୋଷର ମହୋଲ୍ ସୃଷ୍ଟି ହେଲାଣି । ଠିକ୍ ସେହିଭଳି ଭାବରେ ଓଡ଼ିଶାରେ ମଧ୍ୟ ସେମିତି କିଛି କରିବା ପାଇଁ ଯୋଜନା କରୁଛନ୍ତି ସରକାର ଯାହା ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...