|
logo
Live

Argus News - ଆଦିବାସୀଙ୍କ ଜମି ହଡ଼ପ ପାଇଁ ସରକାରୀ ଷଡ଼ଯନ୍ତ୍ର ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି

Odisha

ଆଦିବାସୀଙ୍କ ଜମି ହଡ଼ପ ପାଇଁ ସରକାରୀ ଷଡ଼ଯନ୍ତ୍ର ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି

Jitendra Dash
Browse all articles by Jitendra Dash
·2 years ago·1 min read
ଆଦିବାସୀଙ୍କ ଜମି ହଡ଼ପ ପାଇଁ ସରକାରୀ ଷଡ଼ଯନ୍ତ୍ର ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି

ଅର୍ଗସ ବ୍ୟୁରୋ : ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଆଦିବାସୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ଆସନ୍ତାକାଲି ଯାଏଁ ଗୃହ ମୁଲତବି। ସେପଟେ ଆଦିବାସୀ ପ୍ରସଙ୍ଗରେ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଛି ବିଜେପି । ପ୍ଲାକାର୍ଡ ଓ ବ୍ୟାନର ଧରି ବିଜେପି ସଦସ୍ୟ ନାରାବାଜି କରିଛନ୍ତି । ବିରୋଧୀଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ସରକାର । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟଗୋଳ କରିଥିଲେ। ପେଶା ଆଇନ ଲାଗୁ ପାଇଁ ଦାବି କରିଥିଲା ବିଜେପି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେପି ସଦସ୍ୟ ଆଦିବାସୀ କପଡାରେ ବୁଣା ଯାଇଥିବା ଉତ୍ତରୀୟ ପକେଇ ଗୃହକୁ ପ୍ରବେଶ କରିଥିଲେ । ଆଦିବାସୀଙ୍କ ପ୍ରସଙ୍ଗରେ ଲମ୍ବା ସମୟ ଧରି ଆଲୋଚନା ଦାବି କରି ବିଜେପି ପକ୍ଷରୁ ମୋସନ ଅଣା ଯାଇଥିବା ବେଳେ ତାହା ଗ୍ରହଣ କରାଯାଇ ନଥିବାରୁ ହଟଗୋଳ କରିଥିଲେ ବିଜେପି ସଦସ୍ୟ । ସେପଟେ ପେସା ଆଇନ ଆଣିବାକୁ ଦାବି କରିଛି କଂଗ୍ରେସ। ତେବେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି। ମୁଖ୍ୟମନ୍ତ୍ରୀ ସବୁବେଳେ ଆଦିବାସୀଙ୍କ ସୁରକ୍ଷା ଓ ବିକାଶ ପାଇଁ ଚିନ୍ତା କରୁଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଛନ୍ତି ବିଜେଡି ବିଧାୟକ ଜଗନ୍ନାଥ ସାରକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଦିବାସୀଙ୍କ ଜମି ହଡ଼ପ ପାଇଁ ସରକାରୀ ଷଡ଼ଯନ୍ତ୍ର ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି | Argus English