|
logo
Live

Argus News - ଚାଷୀଙ୍କ ପାଲ ନେଇଗଲେ ବିଜେଡି କର୍ମୀ, ତହସିଲ ସମ୍ମୁଖରେ ଧାରଣା ଦେଲେ ପ୍ରକୃତ ହିତାଧିକାରୀ

Odisha

ଚାଷୀଙ୍କ ପାଲ ନେଇଗଲେ ବିଜେଡି କର୍ମୀ, ତହସିଲ ସମ୍ମୁଖରେ ଧାରଣା ଦେଲେ ପ୍ରକୃତ ହିତାଧିକାରୀ

Jitendra Dash
Browse all articles by Jitendra Dash
·2 years ago·2 min read
ଚାଷୀଙ୍କ ପାଲ ନେଇଗଲେ ବିଜେଡି କର୍ମୀ, ତହସିଲ ସମ୍ମୁଖରେ ଧାରଣା ଦେଲେ ପ୍ରକୃତ ହିତାଧିକାରୀ

ଅର୍ଗସ ବ୍ୟୁରୋ : ଅଦିନିଆ ବର୍ଷା ଦାଉରୁ ଗଜାଧାନକୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ସରକାର ପାଲ ଦେବାର ବ୍ୟବସ୍ଥା କରିଛନ୍ତି । ତାଳଚେର ତହସିଲରେ ଏହି ପାଲ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ତାଳଚେର ବ୍ଲକର କଂକିଳି ସମେତ ଅନ୍ୟାନ୍ୟ ଗ୍ରାମବାସୀ ମାନେ ତହସିଲଦାରଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । କଂକିଳି ଗ୍ରାମର ଧାରଣା ରତ ଗ୍ରାମବାସୀଙ୍କ ର ଅଭିଯୋଗ କିଛିଦିନ ପୂର୍ବରୁ ୧୦୦ରୁ ଉର୍ଦ୍ଧ୍ବ ପାଲକୁ ବିଜେଡ଼ି ପଂଚାୟତ ସଭାପତି ନେଇ ଦଳୀୟ କର୍ମୀଙ୍କୁ ବଣ୍ଟନ କରି ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । କିନ୍ତୁ ଯେଉଁମାନେ ପ୍ରକୃତ ପାଲ ପାଇବା ପାଇଁ ଯୋଗ୍ୟ ଚାଷୀ ସେମାନଙ୍କୁ ପାଲ ଦିଆ ଯାଇ ନ ଥିଲା । 

ପ୍ରକୃତ ଚାଷୀ ମାନେ ପାଲ ପାଇଁ ତହସିଲଦାରଙ୍କ ନିକଟରେ ଦୀର୍ଘ ଦିନ ହେବ ଦରଖାସ୍ତ କରିଥିଲେ । ଅତିରିକ୍ତ ତହସିଲଦାର ତାହା ଆରଆଇଙ୍କ ନିକଟକୁ ପଠାଇ ଥିଲେ । ଆରଆର ପାଲ ଦେବା ପାଇଁ ସେମାନଙ୍କୁ ଦୁଇଦିନ ପର୍ଯ୍ୟନ୍ତ ବାରମ୍ବାର ଦୌଡାଇ ଥିଲେ । ଗତକାଲି ସକାଳୁ ସନ୍ଧ୍ୟା ଯାଏଁ ସେମାନେ ଆରଆଇଙ୍କ କହିବା ଅନୁସାରେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲ ପାଇଁ ଅପେକ୍ଷା କରି ରହିଥିଲେ । ଶେଷରେ ସନ୍ଧ୍ୟାରେ ପାଲ ଦେବାକୁ ଆରଆଇ ଏବଂ ଅତିରିକ୍ତ ତହସିଲଦାର ମନା କରି ଦେଇଥିଲେ । ଆଜି ଶୁକ୍ରବାର ସକାଳ ୧୦ ଟାରେ ଆରଆଇ ଅଫିସରେ ୫୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଆସିଥିବା ବେଳେ ଅଫିସ ତାଲା ପଡିଥିଲା, ଦୀର୍ଘ ସମୟ ଅପେକ୍ଷା ପରେ ଅଫିସ ନ ଖୋଲିବାରୁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କୁ ଭେଟି ଆପତ୍ତି ଅଭିଯୋଗ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତହସିଲଦାର ଇଂକ୍ୱାରି କରି ଦେଖିବା କହିବା ପରେ ଗ୍ରାମବାସୀ ମାନେ କଂକିଳି ଗ୍ରାମର୧୦୦ ଜଣକୁ କେଉଁଆଧାରରେ ଦେଲ, କେବେ ଇଂକ୍ୱାରି କରିଥିଲ ପଚାରି ଥିଲେ । କାହାକୁ ପାଲ ଦେଇଥିଲେ କିଏ ବାଣ୍ଟିଲା ବୋଲି ସେମାନେ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଚାଷୀଙ୍କ ପାଲ ଚାଷୀଙ୍କୁ ନଦେଇ ବିଜେଡି କର୍ମୀଙ୍କୁ ବାଣ୍ଟିଛନ୍ତି, କାହାକୁ ଦେଇଛନ୍ତି ତାଲିକା ପ୍ରକାଶକର ବୋଲି ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ କହିଥିଲେ । ପରେ ଗ୍ରାମବାସୀ ମାନେ ତହସିଲଦାରଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । କଂକିଳିର ଲିପୁନ କାଞ୍ଜି, ସୁଧାକର ତୁଙ୍ଗ, ସୁନୀଲ ବେହେରା, ଅଲି ସାହୁ, ପଙ୍କଜିନି ସାହୁ, ବନ୍ତଲ ଗ୍ରାମର ଚାନ୍ଦୁ ସାହୁ, ସୁମୀ ସାହୁ, ସବିତା ସାହୁ, ମମତା ସାହୁ, ଗୁଞ୍ଜରୀ ସାହୁ ଙ୍କ ସମେତ ବହୁ ହିତାଧିକାରୀ ପାଲ ପାଇଁ ଧାରଣା ଦେଇଥିଲେ । ଦୀର୍ଘ ସମୟ ଧାରଣା ପରେ ଶେଷରେ ଆସନ୍ତା ସାତ ଦିନ ମଧ୍ୟରେ ପ୍ରକୃତ ହିତାଧିକାରୀଙ୍କୁ ପାଲ ଦିଆ ଯିବାର ବ୍ୟବସ୍ଥା କରାଯିବା ସହ ପୂର୍ବରୁ ଦିଆ ଯାଇଥିବା ପାଲର ଇଂକ୍ୱାରି କରାଯିବ ବୋଲି ତହସିଲଦାର କହିଛନ୍ତି ।

Sponsored
ଚାଷୀଙ୍କ ପାଲ ନେଇଗଲେ ବିଜେଡି କର୍ମୀ, ତହସିଲ ସମ୍ମୁଖରେ ଧାରଣା ଦେଲେ ପ୍ରକୃତ ହିତାଧିକାରୀ | Argus English