Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କ ହଙ୍ଗାମା

Odisha

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କ ହଙ୍ଗାମା

Banajyotshna Ray
Browse all articles by Banajyotshna Ray
·2 years ago
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କ ହଙ୍ଗାମା

ଅର୍ଗସ ବ୍ୟୁରୋ:  ଚରମ ସୀମାରେ ପହଞ୍ଚିଲା ବିଜେଡି କର୍ମାଙ୍କ ଔଧତ୍ବ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକ୍ରମରେ ବିଜେଡି କର୍ମୀ କଲେ ହଙ୍ଗାମା। ବରଗଡ଼ ଜିଲ୍ଳା ବିଜେପୁରରେ ସିଭିଲ କୋର୍ଟ ଉଦଘାଟନ ପାଇଁ ଯାଇଥିଲେ ଚିଫ୍ ଜଷ୍ଟିସ୍। ହେଲେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁ ଉଦଘାଟନ କରିବେ କହି ମନ୍ତ୍ରୀଙ୍କ ଲୋକ ଆସି ଗଣ୍ଡଗୋଳ କରିଥିଲେ। ଫଳରେ ମୁଖ୍ୟ ବିଚାରପତି କୋର୍ଟ ଉଦଘାଟନ ନକରି ଫେରିଆସିଥିଲେ।

ଗଣ୍ଡଗୋଳ ଯୋଗୁଁ କୋର୍ଟ ଉଦଘାଟନ ହୋଇନପାରିବାକୁ ନେଇ ବିଜେପୁର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏବେ ପ୍ରଶ୍ନ ଉଠୁଛି ଗଣ୍ଡଗୋଳକାରୀ ବିଜେଡି କର୍ମୀଙ୍କ ବିରୋଧରେ ହେବ ତ ଦଢ କାର୍ଯ୍ୟାନୁଷ୍ଠାନ ? ବିଜେପୁର ବିଧାୟିକାଙ୍କ ସମର୍ଥକ ବିଜେପୁର ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଚୁରମାର୍ କରିଦେଇଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJd workers riot at High Court Chief Justice's event | Argus English