Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିର ନାଁରେ ଫୁଲ ରାଜନୀତି କରୁଛି ବିଜେଡି

Odisha

ଶ୍ରୀମନ୍ଦିର ନାଁରେ ଫୁଲ ରାଜନୀତି କରୁଛି ବିଜେଡି

Smruti Parija
Browse all articles by Smruti Parija
·2 years ago·2 min read
ଶ୍ରୀମନ୍ଦିର ନାଁରେ ଫୁଲ ରାଜନୀତି କରୁଛି ବିଜେଡି

ଅର୍ଗସ ବ୍ୟୁରୋ: ଯେଉଁଠି ତ ରାଜନୀତି କରୁଥିଲା କରୁଥିଲା...ଶେଷରେ ଶ୍ରୀମନ୍ଦିରରେ ବି ରାଜନୀତି କଲାଣି ବିଜେଡି । ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ହେଲେ ଏବେଠୁ ଜୋର ଧରିଲାଣି ରାଜନୀତି । କାରଣ ମନ୍ଦିରର ପ୍ରସାର-ପ୍ରଚାର ଲାଗି ରାଜ୍ୟ କ୍ୟାବିନେଟ୍‌ ଯେମିତି ନିଷ୍ପତ୍ତି ନେଲା ତାହାକୁ ନେଇ ବିରୋଧୀ ବାରିଲେଣି ରାଜନୈତିକ ଗନ୍ଧ । କାରଣ ଏହି ପ୍ରୋଜେକ୍ଟ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ହେବ । ଏଥିପାଇଁ ସ୍କିମକୁ ୨୧୪ କୋଟି ବ୍ୟୟବରାଦ ବି ହୋଇଛି । ହେଲେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧିନରେ କାହିଁକି ଏ ପ୍ରକଳ୍ପ ହେବ ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ଶ୍ରୀମନ୍ଦିର ନାଁରେ ଫୁଲ ରାଜନୀତି କରୁଛି ବିଜେଡି
ରାମ ମନ୍ଦିର ଉଦଘାଟନ ପୂର୍ବରୁ ତରତର ହୋଇ ହେଲା କି ପରିକ୍ରମା ପ୍ରକଳ୍ପର ଉଦଘାଟନ ?
ବିଜେଡି ଖେଳୁଛି କି ଧର୍ମ ରାଜନୀତି ?

ନିର୍ବାଚନ ପାଖେଇ ଆସୁଥିବାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ ବୋଲି ସମସ୍ତେ ଜାଣିଥିଲେ । ହେଲେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା ହେବା ପରେ ତରତର ହୋଇ ଯେମିତି ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଘୋଷଣା କଲେ ରାଜ୍ୟ ସରକାର ତାହାକୁ ନେଇ ଏବେ ଜଳଜଳ ଦିଶୁଛି ରାଜନୀତି । କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି ଭୋଟ୍ ରାଜନୀତି ? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି  ଷ୍ଟ୍ରାଟେଜି ? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ ?
ପରିକ୍ରମା ପ୍ରକଳ୍ପ ପ୍ରଚାର-ପ୍ରସାର ଲାଗି ଖର୍ଚ୍ଚ ହେବ ୧୩୫ କୋଟି ୮୮ ଲକ୍ଷ ଟଙ୍କା । ପ୍ରତି ଗାଁକୁ ଗାଁ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରତି ପଞ୍ଚାୟତରୁ ପୁରୀକୁ ବୁହା ହେବେ ଲୋକେ । ପ୍ରତି ଘରୁ ସଂଗ୍ରହ ହେବ ଗୁଆ, ଚାଉଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଖର୍ଚ୍ଚକୁ ମିଶାଇ ୪ ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟର କଳେବର ବଢ଼ାଇ ଆହୁରି ୨୧୪ କୋଟି ଯୋଡ଼ିଛନ୍ତି ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେନି
ପ୍ରକଳ୍ପର ପ୍ରଚାର କରି ରାଜନୀତି କଲେ
ଖପ୍ପା ହେଲେ ବିରୋଧୀ

ଶ୍ରୀମନ୍ଦିରକୁ ପାଣ୍ଡିଆନ ହିନ୍ଦୀ ବ୍ଲଗର କାମିଆ ଜାନିଙ୍କୁ ପ୍ରବେଶ କରାଇବା ପରେ ବଢିଛି ରାଜନୀତି । ଗୋଟିଏ ପଟେ ଭକ୍ତଙ୍କ ମନକୁ ଶକ୍ତ ଧକ୍କା ଲାଗିଥିବାବେଳେ ଏବେ ଭକ୍ତଙ୍କୁ ନେଇ ପୁଣି ଥରେ ବିଜେଡି ଆରମ୍ଭ କରିଦେଇଛି ରାଜନୀତି । କେବଳ ଏତିକି ନୁହେଁ ବରଂ ରତ୍ନଭଣ୍ଡାରଠୁ ଆରମ୍ଭ କରି ନୀତି ବିଭ୍ରାଟ ପରି ଘଟଣାରେ ସରକାର କୌଣସି ପଦକ୍ଷେପ ନେଇନଥିବା ବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ଧର୍ମୀୟ ରାଜନୀତି କରୁଥିବା ବିରୋଧୀ ଅଭିଯୋଗ କଲେଣି । ତେବେ ସମୟ କହିବ ଏହି ରାଜନୀତି କେତେ ବଢାଉଛି ଭୋଟ୍‌ ବ୍ୟାଙ୍କ୍ ।
 

Sponsored
bjd-vote-politics-over-parikrama-prakalp | Argus English