Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି

Odisha

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି

Jitendra Dash
Browse all articles by Jitendra Dash
·2 years ago·2 min read
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି

ଅର୍ଗସ ବ୍ୟୁରୋ : ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ । ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଜଗନ୍ନାଥଙ୍କ ନାମ ନେଇ ଯେଉଁ ରାଜନୀତି କରୁଥିଲେ ତାହା ପଦାରେ ପଡିଛି । ଓଡ଼ିଶାବାସୀ ଏ ସରକାରକୁ କେବେ କ୍ଷମା ଦେବେ ନାହିଁ ଲୋକଙ୍କ ଶ୍ରଦ୍ଧା ଓ ଭାବନା ସହ ଖେଳ ଖେଳିଲେ ରାଜ୍ୟ ସରକାର ।

ଜଗତରନାଥ ଶ୍ରୀଜଗନ୍ନାଥଙ୍କ କୌଣସି କାର୍ଯ୍ୟରେ ଲାଗିବା ପାଇଁ ଶ୍ରଦ୍ଧାଳୁ ଶ୍ରଦ୍ଧାରେ ‘ଚାଉଳ ଓ ଗୁଆ, ଶ୍ରୀଫଳ, ଅର୍ଘ୍ୟ’ ଦେଇଥିଲେ କିନ୍ତୁ ରାଜ୍ୟ ସରକାର ଭକ୍ତଙ୍କ ଭାବନାକୁ ନବୁଝି ଚାଉଳ ଯେମିତି ବ୍ୟବହାର କରିବାକୁ କହିଛନ୍ତି ତାହା ଜାଣିବା ପରେ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଚାଉଳ ମାଗିବା ହେଉ ବା ଅର୍ପଣ ରଥ ଗଡିବା ତାହା ପରିଚାଳନା କମିଟିର ନିଷ୍ପତି ନଥିଲା । ରାଜ୍ୟ ସରକାର ସ୍ୱାର୍ଥ ହାସଲ ପାଇଁ ମନଇଛା ନିଷ୍ପତି ଥିଲା ବୋଲି କହିଛନ୍ତି ପୁରୀ ଗଜପତି ମହାରାଜ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ପ୍ରଶ୍ନ ଉଠୁଛି, ଚାଉଳ ମାଗିବା, ଅର୍ପଣ ରଥ ଗଡିବା’ କାହା ନିଷ୍ପତି ଥିଲା ? ରାଜ୍ୟ ସରକାର ନିଜ ସ୍ୱାର୍ଥ ହାସଲ ପାଇଁ ମନଇଛା ନିଷ୍ପତ୍ତି କଣ ପାଇଁ ନେଲେ ? ଏବେ ଗଜପତିଙ୍କ ମନ୍ତବ୍ୟ ପରେ ଖୋଲିଯାଇଛି ରାଜ୍ୟ ସରକାରଙ୍କ ଅସଲ ମୁଖା

ଏଥରୁ ସ୍ପଷ୍ଟ ପରିଚାଳନା କମିଟିର ମତ ନନେଇ ଅଦିନରେ ଅର୍ପଣ ରଥ ଗଡାଯାଇଛି । ପ୍ରଭୁଙ୍କ ଶ୍ରଦ୍ଧା କରି ଲୋକେ ଚାଉଳ ଦେଇଥିଲେ, ସେହି ଚାଉଳ ୧୭ତାରିଖ ପୁରୀ ଯିବ, ସେଠି ବଡଠାକୁରଙ୍କ କାମରେ ଲାଗିବ । କିନ୍ତୁ ତାହା ନହେବାରୁ ସେହି ଚାଉଳ କେଉଁ କାର୍ଯ୍ୟରେ ଲାଗିଲା ବୋଲି ଓଡ଼ିଶାବାସୀ ଯେତେବେଳେ ପ୍ରଶ୍ନ କଲେ ସେତେବେଳେ ରାଜ୍ୟ ସରକାର କହୁଛନ୍ତି “ଖେଚୁଡି, ପିଠା” କରି ବାଂଟିବେ ବୋଲି କୁହାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜୁ ଜନତା ଦଳ ସରକାର ରାଜନୀତି କରିବ ବୋଲି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭାବନା ସହ ଖେଳିଛି । ଏନେଇ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କ୍ଷମା ଦେବ ନାହିଁ । ଗଜପତିଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି । ସୁଆର ମହାସୁଆର ନିଯୋଗ ଏବେ ରାଜ୍ୟ ସରକାର ଓ ବିଜୁ ଜନତା ଦଳର ସୁରକ୍ଷା କବଳ ସାଜି ସରକାରଙ୍କ ଏଜେଂଟ ହେବାକୁ ପଛାଇ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଛାଡି ନିଯୋଗ ସମିତି ଏବେ ବିଜେଡି ସେବା ପାଇଁ ମନ ବଳାଇଛି । ଯାହାକି ଶ୍ରୀମନ୍ଦିରର ପରମ୍ପରାକୁ ଆହୁରି ଦୁର୍ଭାଗ୍ୟଜନକ ସ୍ଥିତିକୁ ନେବ ।

Sponsored
bjd new politics | Argus English