Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଦୀପଙ୍କୁ ଦେଖିଲେ ବିଜେଡି ନେତାଙ୍କ ବଢୁଛି ଟେନସନ !

Odisha

ପ୍ରଦୀପଙ୍କୁ ଦେଖିଲେ ବିଜେଡି ନେତାଙ୍କ ବଢୁଛି ଟେନସନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରଦୀପଙ୍କୁ ଦେଖିଲେ ବିଜେଡି ନେତାଙ୍କ ବଢୁଛି ଟେନସନ !

Key Points

  • ବିଜେଡି ଛାଡିଲେଣି କିନ୍ତୁ ନେତାଙ୍କର ଡର ଛାଡୁନି
  • ପ୍ରଦୀପଙ୍କୁ ଦେଖିଲେ ଶଙ୍ଖ ଦଳର ନେତାଙ୍କ ବାହାରୁଛି ଝାଳ
  • ସେ କୁଆଡେ ଗଲେ, କାହା ସହ ମିଶିଲେ ସବୁ କରୁଛନ୍ତି ଟ୍ରାକ୍‌
  • ପ୍ରଦୀପଙ୍କୁ ଜଣା ବିଜେଡି ନେତାଙ୍କ କାରନାମା ? 

ଅର୍ଗସ ବ୍ୟୁରୋ ; ଗୋପାଳପୁରର ବିଧାଯକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ଅକଲରେ ବିଜେଡ଼ି । ସେ କୁଆଡେ ଗଲେ ? କାହା ସହ ମିଶିଲେ ପୂରା ନଜର ରଖିଛି ବିଜେଡି। ହେଲେ ପ୍ରଦୀପଙ୍କୁ ନେଇ ଦଳ ଏତେ ଛାନିଆ ହେଲାଣି ଯେ ପ୍ରେସମିଟ୍‌ କରିବାକୁ ବି ପଛାଇଲା ନାହିଁ । ପାଣିଗ୍ରାହୀ ବାବୁ ୨୦ ବର୍ଷରୁ ଅଧିକ ରାଜନୈତିକ ଅଭିଜ୍ଞତା ରଖିଛନ୍ତି । ଏମିତିକି ମୁଖିଆ ତଥା ଦଳର ସୁପ୍ରିମୋଙ୍କର ସେ ପ୍ରତିନିଧୀ ବି ଥିଲେ । ତେଣୁ ଦଳ କେମିତି ଚାଲେ ? କିଏ କିଏ ନିର୍ଦ୍ଦେଶ ଦିଅନ୍ତି ? ସବୁ କଥା ପାଣିଗ୍ରାହୀଙ୍କୁ ଜଣା । କାହିଁକିନା ଯଦି ପ୍ରଦୀପ ଅନ୍ୟ କୌଣସି ଦଳରେ ଯୋଗ ଦିଅନ୍ତି ତେବେ ପାନେ ପାଇବ ବିଜେଡି । ବୋଧହୁଏ ସେଇଥି ଲାଗି ଦଳର ନେତା ଏବେଠୁ ଛାନିଆ ହେଲେଣି ।

ବିଜେଡିର ଗଡ କୁହାଯାଉଥିବା ଗଂଜାମରେ ଏବେ ପାଣିପାଗ ପୂରା ବଦଳିଗଲାଣି । କାରଣ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୂର୍ଯ୍ୟପାତ୍ରଙ୍କ ପରଲୋକ ପରେ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି କେମିତି ହାରିଲା ସମସ୍ତେ ଦେଖିଲେ । ଏବେ ପୁଣି ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏବେ ପୁଣି ପ୍ରଦୀପ ପୂରା ରକ୍ତମୁଖା ହୋଇ ଯେମିତି ଆଟାକ୍‌ କରୁଛନ୍ତି  ସମସ୍ତେ ବିଜେଡି ଭିତରେ କଣ ଚାଲୁଛି ଜାଣିସାରିଲେଣି । ତେଣୁ ୨୦୨୪ ନିର୍ବାଚନରେ ପ୍ରଦୀପଙ୍କ ପାଇଁ ବିଜେଡି ହାରିଯିବ ବୋଲି ଲୋକେ କୁହାକୁହି ହେଲେଣି ।

ପ୍ରଦୀପଙ୍କ ପାୱାର କେତେ ତାହା ସମସ୍ତେ ଜାଣନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଗଂଜାମ ଗସ୍ତ ବେଳେ ପ୍ରଦୀପ ପାଣିଗ୍ରାହୀ ଯିବାକୁ ଜିଦି ଧରିଥିଲେ । ହେଲେ ପୋଲିସଠୁ ଆରମ୍ଭ କରି ବିଜେଡି ନେତା ତାଙ୍କୁ ଅଟକାଇଥିଲେ । ପ୍ରଶ୍ନ ଉଠିଥିଲା କି ଜଣେ ଜନ-ପ୍ରତିନିଧୀ ହେବା ପରେ ବି କାହିଁକି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ? ହେଲେ ବିଜେଡି ନେତା ଭଲରେ ଜାଣିଥିଲେ କି ପ୍ରଦୀପ ଆସିଲେ ପ୍ରଶ୍ନ ବାଣରେ ସମସ୍ତଙ୍କୁ ଘାଇଲା କରିବେ । ତେଣୁ ଏମିତି ସ୍ଥିତିରେ ପ୍ରଦୀପଙ୍କୁ ଅଟକାଇବାକୁ ପ୍ଲାନ୍‌ କରାଯାଇଥିଲା । ଆଉ ଏବେ ପୁଣି ପ୍ରଦୀପଙ୍କୁ ଜନବିରୋଧୀ କହିବା ସହିତ ସେ ଅନ୍ୟ ଦଳକୁ କେମିତି ଯିବେ ବୋଲି ପ୍ରଶ୍ନ କଲେଣି ବିଜେଡି ନେତା । ହେଲେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଦୀପ ଯଦି ଜନବିରୋଧୀ, ତାଙ୍କର ପାୱାର ନାହିଁ । ତେବେ ସେ କେଉଁ ଦଳକୁ ଗଲେ ବିଜେଡି ଉପରେ କାହିଁକି ପ୍ରଭାବ ପଡୁଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Pradeep Panigrahi | Argus English