Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦଳୀୟ ଚିହ୍ନ ‘ଶଙ୍ଖ’କୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି

Odisha

ଦଳୀୟ ଚିହ୍ନ ‘ଶଙ୍ଖ’କୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି

Ritu Das
Browse all articles by Ritu Das
·2 years ago·2 min read
ଦଳୀୟ ଚିହ୍ନ ‘ଶଙ୍ଖ’କୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି

Key Points

    ଦଳୀୟ ଚିହ୍ନ ବ୍ୟବହାର କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି ବିଜେଡି
    କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ବିଜ୍ଞାପନରେ ଚିହ୍ନ ବ୍ୟବହାର କରିଛି ବିଜେଡି ସରକାର
    ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ବିଜେଡିର ପାର୍ଟି ଫଣ୍ଡରୁ ଅସୁଲ କରାଯାଉ
    ଆବଶ୍ୟକ ପଡିଲେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ
 

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳ କ୍ରମାଗତ ଭାବରେ  ଦଳୀୟ ଚିହ୍ନ(ଶଙ୍ଖ)କୁ ସରକାରୀ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ଗଣମାଧ୍ୟମର ବିଜ୍ଞାପନ, ରାସ୍ତାରେ ହୋର୍ଡଂ, ବସ୍‌ରେ ପୋଷ୍ଟରମାରି ପ୍ରଚାର ପ୍ରସାର କରୁଛି । ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ୧୦ନଭେମ୍ବର ୨୦୨୩ରେ ଦିଲ୍ଲୀ ସ୍ଥିତ “ଭାରତୀୟ ନିର୍ବାଚନ ଆୟୋଗ”ଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କା ବିଜୁ ଜନତା ଦଳ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲେ ବି ବିଜୁ ଜନତା ଦଳ ବାରମ୍ବାର ଉଲଘଂନ କରୁଥିବା ଡ. ମହାନ୍ତି କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସାଧାରଣ ଜନତାଙ୍କ ଟଙ୍କାକୁ କୌଣସି ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର କରିନପାରିବା ନେଇ “କମନକଜ୍ ଭରସେସ୍ ୟୁନିୟନ ଅଫ ଇଣ୍ଡିଆ-୨୦୧୫” ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ରହିଛି । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରନ୍ତି ତେବେ ଇଲେକ୍ସନ ସିମ୍ବଲ(ରିଜରଭେସନ ଆଣ୍ଡ୍ ଆଲଟମେଂଟ) ଅର୍ଡର ୧୯୬୮ ପାରା ୧୬-ଏ ଅନୁଯାୟୀ ନିର୍ବାଚନ ଆୟୋଗ ପାଖରେ କ୍ଷମତା ଅଛି ଦଳୀୟ ଚିହ୍ନକୁ ବାତିଲ କରିବା ପାଇଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଦୀର୍ଘଦିନ ଶାସନରେ ରହି ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ଟଙ୍କାକୁ ହରିଲୁଟ୍ କରି ବିଜ୍ଞାପନରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାର କରୁଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ଉତରକୁ ଅପେକ୍ଷା କରିଛି ବିଜେପି । ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛି ତାହାକୁ ନିଜ ଦଳୀୟ ପାଣ୍ଠିରୁ ଅସୁଲ କରୁ ବିଜୁ ଜନତା ଦଳ । ଆବଶ୍ୟକ ପଡିଲେ ଭାରତୀୟ ଜନତା ପାର୍ଟି ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ଅବସରରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଆଇନଜୀବୀ ସୂର୍ଯ୍ୟ କାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର

Sponsored
BJD is using | Argus English