Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୋଟ ପାଇଁ ତଳକୁ ଖସିଯାଉଛି ବିଜେଡି

Odisha

ଭୋଟ ପାଇଁ ତଳକୁ ଖସିଯାଉଛି ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଭୋଟ ପାଇଁ ତଳକୁ ଖସିଯାଉଛି ବିଜେଡି

ଅର୍ଗସ ବ୍ୟୁରୋ: ଆଉ କେତେ ତଳକୁ ଖସି ଯାଇପାରେ BJD। ଅର୍ପଣ ରଥ ମହାପ୍ରଭୁଙ୍କୁ କରିଛି ଅପମାନ। ଭୋଟ ପାଇଁ ଜଗନାଥଙ୍କୁ ନେଇ ଏତେ ନାଟ କଣ ପାଇଁ କରୁଛି ବିଜେଡି । ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ବେଳେ ଟିକେ BJD ନେତା ତଥା ଚାନ୍ଦବାଲି ବିଧାୟକଙ୍କୁ ଦେଖନ୍ତୁ। ଭିଡ ଏତେ ଜମିଲା ଯେ ଜଗନ୍ନାଥଙ୍କ ଉପରେ କେତେ ବେଳେ କୁକୁର ଗଲା ତ କେତେ ବେଳେ BJD କର୍ମୀ ଜଗନ୍ନାଥଙ୍କୁ ପାଦରେ ଦଳି ମକଚି ଦେଉଛନ୍ତି । କେବଳ ଏତିକି ନୁହେଁ, କେଉଁଠି ଅଳିଆ ଗଦା ପାଖରେ ଜଗନ୍ନାଥଙ୍କୁ ରଖାଯାଉଛି ତ ଆଉ କେଉଁଠି ଜଗନ୍ନାଥଙ୍କୁ ଧରି ଯିବାବେଳେ ଚପଲ ପିନ୍ଧି ଯାଉଥିବା ଦେଖିବାକୁ ମିଳୁଛି ।

କେବଳ ବିଧାୟକ ବ୍ୟୋମକେଶ ରାୟ ନାହାନ୍ତି ଭଦ୍ରକ ଲୋକସଭା ସାଂସଦ ମଞ୍ଜୁ ଲତା ମଣ୍ଡଳ ବି ସେଠୀ ଉପସ୍ଥିତ ଅଛନ୍ତି । ଯଦି BJD ନେତା ଙ୍କ ଉପସ୍ଥିତି ରେ ଜଗନ୍ନାଥ ଙ୍କୁ ସମ୍ମାନ ମିଳୁ ନାହିଁ।ତାହେଲେ ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ରେ ଠାକୁରଙ୍କୁ କି ସମ୍ମାନ ମିଳିବ ତାହା ଈଶ୍ୱର ଙ୍କୁ ହିଁ ଜଣା । ଶ୍ରୀକ୍ଷେତ୍ରରେ ଆସନ୍ତା ୧୭ତାରିଖରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଥିବାବେଳେ ଲୋକଙ୍କର ସହଭାଗିତା ପାଇଁ ଅର୍ପଣ ରଥ ବିଭିନ୍ନ ଅଞ୍ଚଳରେ ପରିଭ୍ରମଣ କରି ମୁଠାଏ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି। ଏହି ଅର୍ପଣ ରଥ ପରିଭ୍ରମଣ କରିବା ବେଳେ ଲୋକମାନେ ବିଶେଷକରି ମହିଳାମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ଭାବରେ ନିଜ ଘର ସମ୍ମୁଖରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ପକାଇ ଶ୍ରୀ ଜଗନ୍ନାଥଙ୍କ ପାଇଁ ବୁଲୁଥିବା ଅର୍ପଣ ରଥକୁ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଥିଲା।

କିନ୍ତୁ ଏଠି ଝୋଟି ପକାଯାଇଥିବା ଜଗନ୍ନାଥଙ୍କ ଉପରେ ବିଜେଡି ନେତା ଚାଲିଯାଉଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଖେରଙ୍ଗ ପଞ୍ଚାୟତ ରେ ବିଧାୟକ ଓ ସାଂସଦ ଙ୍କ ଉପସ୍ଥିତି ରେ ମହାପ୍ରଭୁ ଙ୍କ ପ୍ରତି ଏଭଳି ଅପମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ୟାକୁ ଦେଖି ସମସ୍ତଙ୍କ ମୁହଁରେ ଗୋଟେ କଥା କି ବିଜେଡି ଏସବୁ କରୁଛି କଣ ? ଅର୍ପଣ ରଥ ନାଁରେ ବିଜେଡି ପ୍ରଚାର କରୁନି ତ ? ସାଢ଼େ ୪ କୋଟି ଓଡିଆଙ୍କ ଭାବାବେଗ ସହ ଖେଳ ଖେଳୁନାହିଁ ତ ? ଜଗନ୍ନାଥଙ୍କୁ ସମ୍ମାନ ନାଁ ଅସମ୍ମାନ କରାଯାଉନି ତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
BJd is down for votes | Argus English