Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କୁ ଲୋଭ ଦେଖାଇଲାଣି ବିଜେଡି

Odisha

ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କୁ ଲୋଭ ଦେଖାଇଲାଣି ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କୁ ଲୋଭ ଦେଖାଇଲାଣି ବିଜେଡି
  • ଆରମ୍ଭ ହେଲାଣି ବିଜେଡିର ଲଲିପପ ଦେବା କାର୍ଯ୍ୟ
  • ୨୩ ବର୍ଷର ଶାସନ କାଳରେ ଯାହା ନହୋଇଛି ୫ ମାସରେ ତାହା କରିବ ବିଜେଡି
  • ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କୁ ଲୋଭ ଦେଖାଇଲାଣି ବିଜେଡି

ଅର୍ଗସ ବ୍ୟୁରୋ: ପାଖେଇ ଆସିଲାଣି ନିର୍ବାଚନ। ଆଉ ହାତ ଗଣତି କିଛି ମାସ ରହିଲା। ସାଧାରଣ ନିର୍ବାଚନର ପାଞ୍ଚ ମାସ ପୂର୍ବରୁ ରାଜ୍ୟର ରାଜନୈତିକ ଚିତ୍ର ସାମ୍ନାକୁ ଆସିଲାଣି। ବିଜୁ ଜନତା ଦଳ ଏବେ ପୂରା ନିର୍ବାଚନମନସ୍କ। କାହିଁକି ନା ଲୋକେ ଜାଣିସାରିଲେଣି ରାଜ୍ୟ ସରକାରଙ୍କ ଅସଲ ଚାଲ। କାଳେ ଏଥୀ ନିର୍ବାଚନରେ ଭୋଟ ନମିଳିବ। ସେ ଭୟରେ ବିଜେଡିର ହାଲ ବେହାଲ। ସେଥିପାଇଁ ତ ଦଳ ଏବେ ବିଭିନ୍ନ ଜିଲ୍ଲା ବୁଲିବା ଆରମ୍ଭ କରିସାରିଲାଣି। ଦଳର ରଣନୀତି ଓ ସରକାରଙ୍କ ଯୋଜନା ବର୍ଷାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ବୁଲା ଆରମ୍ଭ କରିଛନ୍ତି ।ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିସାରିଲେଣି। ଯଦିଓ ସେ ଜିଲ୍ଲାରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। କିନ୍ତୁ ତାଙ୍କର ଗସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ବେଶ ଉତ୍ସାହିତ କରୁଛି। ପୁଣି ଥରେ ବିଭିନ୍ନ ଯୋଜନାର ଲୋଭ ଦେଖାଇ ବିଜେଡି ତାର ରାଜନୈତିକ କସରତ ଆରମ୍ଭ କରିସାରିଲାଣି।

ରାଜ୍ୟ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଇତିମଧ୍ୟରେ ଅନେକ ଯୋଜନା ଘୋଷଣା କରିସାରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ 'ଆମ ଗାଁ ଆମ ବିକାଶ' ଯୋଜନାକୁ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଥିଲା।ଏବେ ଅନୁରୂପ ଢ଼ାଞ୍ଜାରେ ଚାଲିଛି 'ଆମ ଓଡିଶା ନବୀନ ଓଡିଶା'। ଏହି ଯୋଜନାରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ହାତଖୋଲା ଖର୍ଚ୍ଚ ଚାଲିଛି। ଯେହେତୁ ଧର୍ମାନୁଷ୍ଠାନର ବିକାଶକୁ ଏଥିରେ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଲୋକଙ୍କ ଭାବାବେଗକୁ ବାନ୍ଧି ରଖିବାରେ ଶାସକ ବିଜେଡି ସଫଳ ହେବ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରୁଛନ୍ତି। ଲକ୍ଷ୍ମୀ ବସ୍‌ ଯୋଜନା ବି ଗ୍ରାମାଞ୍ଚଳ ଲୋକଙ୍କୁ ଆକୃଷ୍ଟ କରିବାକୁ ଆଉ ଏକ ସୁଚିନ୍ତିତ ଯୋଜନା। ଏହା ବ୍ୟତୀତ ନିଜେ ନବୀନ ଜିଲ୍ଲା ବୁଲା ଆରମ୍ଭ କରିଛନ୍ତି।

ଆସନ୍ତା ତିନି ମାସ ଭିତରେ ପ୍ରତି ଜିଲ୍ଲାକୁ ଅତି କମରେ ଥରେ ମୁଖ୍ୟମନ୍ତ୍ରୀ ଯିବେ। ଏସବୁ ଭିତରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ, ଯେଉଁଠି ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ, ସେଠି ଲକ୍ଷ୍ମୀ ବସ୍‌ ଯୋଜନା କେଉଁ ରାସ୍ତା ଦେଇ ଯିବ ? ଯେଉଁଠି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ, ସେଠି ଆମ ଓଡିଶା ନବୀନ ଓଡିଶା ଯୋଜନା କରୁଛି କଣ ? ଏସବୁ କିଛି ନିର୍ବାଚନୀ ପ୍ରହସନ। ନିର୍ବାଚନ ଆସିଲେ ଏସବୁ ଯୋଜନା ଲାଗୁହୁଏ ।ଆଉ ନିର୍ବାଚନ ସରିଗଲେ ସବୁ ପାଣିର ଗାର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ରାଜନୀତି ଖବର:

Sponsored
BJD has been visit to district to district | Argus English