Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - EDCIL ନାଁ ନେଇ କେନ୍ଦ୍ର ମୁଣ୍ଡକୁ ଦୋଷ ଠେଲିବାକୁ ବିଜେଡି କରୁଥିଲା କୁ ଚକ୍ରାନ୍ତ

Odisha

EDCIL ନାଁ ନେଇ କେନ୍ଦ୍ର ମୁଣ୍ଡକୁ ଦୋଷ ଠେଲିବାକୁ ବିଜେଡି କରୁଥିଲା କୁ ଚକ୍ରାନ୍ତ

Smruti Parija
Browse all articles by Smruti Parija
·2 years ago·1 min read
EDCIL ନାଁ ନେଇ କେନ୍ଦ୍ର ମୁଣ୍ଡକୁ ଦୋଷ ଠେଲିବାକୁ ବିଜେଡି କରୁଥିଲା କୁ ଚକ୍ରାନ୍ତ

ଭୁବନେଶ୍ୱର: ଧରାପଡ଼ିଲା ବିଜେଡି ମିଛ । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ EdCILର କୌଣସି ଭୂମିକା ନଥିବା ଜଣାପଡିଛି।  ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ତୀବ୍ର ହୋଇଛି ପ୍ରତିବାଦ । ରାଜ୍ୟ ତମାମ କନିଷ୍ଠ ଶିକ୍ଷକ ଆଶାୟୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଦୋଷ କେନ୍ଦ୍ର ମୁଣ୍ଡକୁ ଠେଲି ଦେବାକୁ ବିଜେଡି ଚେଷ୍ଟା କରିଥିବା ଧରାପଡିଛି । 

ବିଜେଡି ବିଧାୟକ ପ୍ରଣବପ୍ରକାଶ ଦାସ ଟ୍ବିଟ୍ କରି ଏହି ପରୀକ୍ଷା କେନ୍ଦ୍ରୀୟ ସଂସ୍ଥା ଦ୍ବାରା ପରିଚାଳିତ ହୋଇଥିବା କହି ଦୋଷ ଠେଲିବାକୁ ଚେଷ୍ଟା କରୁଥିବା ବେଳେ ପ୍ରେସ ବିଜ୍ଞପ୍ତି ଜାରି କରି ସ୍ପଷ୍ଟୀକରଣ ଦେଇଛି EdCIL । ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ EDCIL ଅଗଷ୍ଟ 22, 2023ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ବା ସିବିଟି ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା ।

ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା । ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିବା ସୂଚନା ଦେଇଛି EDCIL ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିବିଟି ପରୀକ୍ଷା ପରେ EdCIL 22 ଅଗଷ୍ଟ 2023ର ରିଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। କମ୍ବାଇନଡ୍ ଲିଷ୍ଟ ଓସେପାକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା। ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଇଛି EDCIL । 
 

Sponsored
BJd has been conspiring to push the blame to the center by taking the name of EDCIL | Argus English