ବିଜେଡି ସରକାରଙ୍କ ପ୍ରବକ୍ତା ନା ସରକାରୀ କର୍ମଚାରୀ ?

ଅର୍ଗସ ବ୍ୟୁରୋ: ଚାଟୁକାରିତାରେ ସୀମା ଟପିଗଲେ ମାଲକାନଗିରି ITDA ପ୍ରକଳ୍ପ ପ୍ରଶାସିକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନମନ କାର୍ଯ୍ୟକ୍ରମରେ ଅନ୍ଧଭାବେ କଲେ ବିଜେଡି ସରକାରଙ୍କ ପ୍ରଶଂସା। କହିଲେ ମୋଦି ସରକାରଙ୍କ ଯୋଜନା ପୂର୍ବରୁ ନବୀନ ସରକାର ଆଦିବାସୀଙ୍କ ପାଇଁ ବିକାଶରେ କିଛି ବାକି ରଖିନାହାନ୍ତି। କିନ୍ତୁ ଯୋଜନାର କ୍ରିୟାନ୍ବୟନ ନେଇ ପ୍ରଶାସିକାଙ୍କ ମୁହଁ ହୋଇଯାଇଥିଲା ବନ୍ଦ। ଦେଖନ୍ତୁ କିପରି ଅନ୍ଧଭକ୍ତିରେ ପ୍ରକଳ୍ପ ନିର୍ଦ୍ଦଶିକା ଭୁଲି ଯାଇଛନ୍ତି ଯେ ସେ ଜଣେ ସରକାରୀ କର୍ମଚାରୀ। ବୋଧହୁଏ ସେ ନିଜକୁ ବିଜେଡି ସରକରାଙ୍କ ପ୍ରବକ୍ତା ଭାବିନେଇଥିଲେ।
ତେବେ ଓଡ଼ିଶାରେ ଆଦିବାସୀଙ୍କର ଗତ 24 ବର୍ଷରେ କେତେ ହୋଇଛି ବିକାଶ ତାର ବଡ଼ ପ୍ରମାଣ ହେଉଛି ନଗଡ଼ା ଓ ବାଂଶପାଳରେ ଆଦିବାସୀ ମଡ଼କର ହୃଦୟବିଦାରକ ଘଟଣା। ଏବେବି ଦାରିଦ୍ର୍ୟ, କୁପୋଷଣ ଓ ଅଶିକ୍ଷା ମଧ୍ୟରେ ପେଶୀ ହେଉଛନ୍ତି ରାଜ୍ୟର ଆଦିମ ଜନଜାତି। ଏପରିକି ପ୍ରକଳ୍ପ ପ୍ରଶାସିକାଙ୍କ ନିଜ ଜିଲ୍ଲା ମାଲକାନଗିରି ଏବେବି ମୌଳିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି ବଣ୍ଡା ଓ ଡିଡାୟୀ ଭଳି ଜନଜାତି। କୋରୁକୋଣ୍ଡା ବ୍ଲକ ନାକମାମୁଡ଼ି ପଂଚାୟତର ଗଙ୍ଗାପଡା ଗାଁ ଏହାର ବଡ଼ ପ୍ରମାଣ। ବର୍ଷ ବର୍ଷ ଧରି ପାଣି ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି ଗାଁଲୋକେ। ବାରମ୍ବାର ଗୁହାରୀ କରି ନିରାଶ ହେବା ପରେ ନିଜେ 30 ହଜାର ଟଙ୍କା ଟଙ୍କା ଆଦାୟ କରି ଛୋଟ ଚୁଆକୁ ବଡ଼ ଆକାର ଦେଇଛନ୍ତି । ତଥାପି ସେଇ ଗୋଟିଏ ସ୍ଥାନରୁ ମଣିଷ ଓ ଘୁଷୁରୀଙ୍କ ଶୋଷ ମେଣ୍ଟୁଛି ।
ITDA ଅଧିକାରିଣୀଙ୍କ ଦାବି ଅନୁସାରେ ଯଦି ରାଜ୍ୟ ସରକାର ଆଦିବାସୀ କଲ୍ୟାଣ ଯୋଜନା ସଫଳ ହୋଇଛି, ତେବେ ଆଜିବି ଏପରି ଦୃଶ୍ୟ କାହିଁକି ଦେଖିବାକୁ ମିଳୁଛି ? ନା ମେଣ୍ଟୁଛି ଭୋକ, ନା ଶୋଷ । ଦେଶରେ ସମୁଦାୟ 75ଟି ଆଦିମ ଜନଜାତିଙ୍କ ମଧ୍ୟରୁ ଓଡିଶାରେ ସର୍ବାଧିକ 13ଟି ଜନଜାତି ବସବାସ କରୁଛନ୍ତି । କୋରାପୁଟରୁ କେନ୍ଦୁଝର, ମାଲକାନଗିରିରୁ କନ୍ଧମାଳ ସବୁଠି ଦୟନୀୟ ସ୍ଥିତିରେ ଆଦିବାସୀ । ଗତମାସରେ ଦୂଷିତ ପାଣି ପିଇ କେନ୍ଦୁଝର ବାଂଶପାଳ ଜନ୍ତାରୀ ଗାଁରେ 13 ଜୁଆଙ୍ଗ ଜୀବନ ହାରିବା ପରେ ବି ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା କହିବେ ଆଦିବାସୀଙ୍କ ବିକାଶରେ ଓଡ଼ିଶା ମଡେଲ ରାଜ୍ୟ ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: