|
logo
Live

Argus News - ଅଧାପନ୍ତରିଆ ଓଡିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍‌ଘାଟନ କାହା ସ୍ୱାର୍ଥରେ ?

Odisha

ଅଧାପନ୍ତରିଆ ଓଡିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍‌ଘାଟନ କାହା ସ୍ୱାର୍ଥରେ ?

Jitendra Dash
Browse all articles by Jitendra Dash
·2 years ago·2 min read
ଅଧାପନ୍ତରିଆ ଓଡିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍‌ଘାଟନ କାହା ସ୍ୱାର୍ଥରେ ?

ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର
ଅଧାପନ୍ତରିଆ ଓଡିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍‌ଘାଟନ କାହା ସ୍ୱାର୍ଥରେ ?
ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଶହ ଶହ ଏକର ଜମି !
କିନ୍ତୁ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୯ ଏକର ଜମି !
 

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ବିଶେଷତଃ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟର ସୌଧ ଉଦ୍‌ଘାଟିତ ହେବା ଆନନ୍ଦର ବିଷୟ ଓ ସ୍ୱାଗତଯୋଗ୍ୟ । ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ ଅତ୍ୟନ୍ତ ପୁରାତନ । ଆଜି ଓଡିଆ ବିଶ୍ୱବିଦ୍ୟାଳୟ ସୌଧ ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ ହେବା ; ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ସଳଖ କରି କହିନପାରୁଥିବା ଓଡିଆ ବ୍ୟଙ୍ଗ କାର୍ଯ୍ୟକ୍ରମରେ ସମାଲୋଚିତ ହେଉଥିବା ; ସ୍ଥାନୀୟ ପ୍ରତିନିଧିଙ୍କ ମଂଚ ମଣ୍ଡନରେ ହେଉଥିବା ସରକାରଙ୍କ ଓଡିଆ ଭାଷା ପ୍ରତି କେତେ ଦୂର ଆନ୍ତରିକତା ତାହା ସ୍ପଷ୍ଟ କରୁଛି ।

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ସହ ସଂପୃକ୍ତ ପ୍ରତିଷ୍ଠିତା ବ୍ୟକ୍ତିବିଶେଷ ପ୍ରାଧ୍ୟାପକ, ଗବେଷକ, ସାହିତ୍ୟିକ, ଗାଳ୍ପିକ, ଓଡିଆ ଭାଷା ଆନ୍ଦୋଳନ ସହ ସଂପୃକ୍ତ ବିଶିଷ୍ଠ ଏବଂ ଅନୁଷ୍ଠାନ, ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରଷ୍କୃତ ବ୍ୟକ୍ତିବିଶେଷଙ୍କ ଅନୁପସ୍ଥିତିରେ ଆଜିର ଉଦ୍‌ଘାଟନ ହେବା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ । ସେହିପରି ସମ୍ବଲପୁରୀ, ଆଦିବାସୀ, ସାନ୍ତାଳୀ ବିଭିନ୍ନ ଭାଷା ପୋଥି ପୁରାଣ, ଶୀଳାଲିପି, ଗ୍ରନ୍ଥାକାର ସହ ସଂପୃକ୍ତ କୌଣସି ବ୍ୟକ୍ତିବିଶେଷଙ୍କୁ ଡକାନଯାଇ ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କିଛି ଲୋକଙ୍କୁ ନେଇ ଉକ୍ତ ଉଦ୍‌ଘାଟନ ସରକାରଙ୍କ ଆନ୍ତରିକତା ପ୍ରତି ପ୍ରଶ୍ନ ଉଠୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ୨୭ନଭେମ୍ବର ୨୦୧୭ରୁ ଓଡିଆ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ୬ରୁ ୭ବର୍ଷ ବିତିଲା ପରେ ବି ଓଡିଆ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ପୂର୍ଣ୍ଣାଙ୍ଗ ନହୋଇ ଅଧାପନ୍ତରିଆ ଉଦ୍‌ଘାଟନ ହେବା ଦୁର୍ଭାଗ୍ୟଜନକ । ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଶହ ଶହ ଏକର ; କିନ୍ତୁ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୯ ଏକର ଜମି ! ମାତ୍ର ୯ଏକର ଜମି ଏବଂ ୭୨ ଛାତ୍ରଛାତ୍ରୀ ଓ ତିନୋଟି ବିଷୟ ନେଇ ଓଡିଆ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିବା ସହିତ ଶିକ୍ଷାର ବ୍ୟବସାୟୀକରଣକୁ ବିଜେଡି ସରକାର ପ୍ରୋତ୍ସାହିତ କରୁଛି ।

ଓଡିଆ ବିଶ୍ୱବିଦ୍ୟାଳକୁ ସତ୍ୟବାଦୀ ସମେତ ସାରା ରାଜ୍ୟବାସୀ ସ୍ୱାଗତ କରୁଛନ୍ତି । କିନ୍ତୁ ଏହା ରାଜ୍ୟର ହିତ ତଥା ଓଡିଆ ଅସ୍ମିତା ଦୃଷ୍ଟିକୋଣରୁ ପ୍ରଚାର ସର୍ବସ୍ୱ ନହୋଇ ଓଡିଆ ଭାଷା ସହ ସମସ୍ତ ବର୍ଗଙ୍କୁ ସଂପୃକ୍ତ କରିବା ସହ ଅନ୍ୟାନ୍ୟ ଭାଷାଭିତିକ ବିଶ୍ୱବିଦ୍ୟାଳୟ ଠାରୁ ଶିକ୍ଷାଦାନ, ଗବେଷଣା, ସୁଖ୍ୟାତି, ଭିତିଭୂମି ସବୁଦୃଷ୍ଟିରୁ ଉନ୍ନତ ଓ କୋଟି କୋଟି ଓଡିଆଙ୍କର ଆଶା ଆକାଂକ୍ଷା ପୂର୍ଣ୍ଣ କରିବାରେ ସମର୍ଥ ହେବା ଉଚିତ ।
 

Sponsored
ଅଧାପନ୍ତରିଆ ଓଡିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍‌ଘାଟନ କାହା ସ୍ୱାର୍ଥରେ ? | Argus English