ଗାଡି ଭାଙ୍ଗିଲେ, ପୋଷ୍ଟର ଚିରିଲେ ବିଜେଡି ଗୁଣ୍ଡାବାହିନୀ

ଭଦ୍ରକ: ଧାମନଗରରେ ହଲ୍ଲା ବୋଲ । ଗାଡି ଭାଙ୍ଗିଲେ, ପୋଷ୍ଟର ଚିରିଲେ । ମନଇଚ୍ଛା ଗଣ୍ଡଗୋଳ ବି କଲେ । ମାତ୍ର କେହି ମୁହୂର୍ତ୍ତରେ ବିଜେଡିର ଗୁଣ୍ଡାବାହିନୀ ଏମିତି କାଣ୍ଡ ଭିଆଇଲେ ଯେ ଦେଖିବା ଲୋକ ବି ତାଜୁବ ହୋଇଗଲେ । କଣ ହେଉଛି ? କିଏ କରୁଛି ? କିଛି ବୁଝାପଡିବନି । ହେଲେ ଏ ଘଟଣା ବିଜେଡିର ଗୁଣ୍ଡାବାହୀନିର କର୍ତ୍ତୃତ୍ଵ । ଖାଲି ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କୁ ବି ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କଲେ ।
ଧସେଇ ପଶିଆସିଲେ.. ଭାଙ୍ଗିଲେ.. ପିଟିଲେ... ହାଣିପକାଲେ ବିଜୁ ଗୁଣ୍ଡାବାହିନୀ । ଭାରତ ବିକଶିତ ସକଂଳ୍ପ ରଥକୁ ଭାଙ୍ଗିବା ସହ ଗାଡିକୁ ବି ଭାଙ୍ଗିଦେଲେ । ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛାଇଲେନି । ଭଦ୍ରକ ଧାମନଗରରେ ଚାଲିଥିବା ବିକାଶ ରଥର କାର୍ଯ୍ୟକ୍ରମରେ ସାଧାରଣ ଲୋକ, ଶହଶହ ସଂଖ୍ୟାର ମହିଳା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଥିଲେ । ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ ବି ହୋଇଥିଲା । କିନ୍ତୁ ବିଜୁ ଆଉ ତାମିଲ ଗୁଣ୍ଡାମାନେ ହଠାତ୍ ପଶି ଏମିତି କାଣ୍ଡ ବିଭାଇଛନ୍ତି ଯେ ଯେଉଁଥି ଲାଗି କିଛି ସମୟ ଲାଗି ଅଶାନ୍ତ ହୋଇଗଲା ଧାମନଗର ।
ସ୍ଥାନ- ଧାମନଗରର ଚୁଡାକୁଟି ପଞ୍ଚାୟତ ମେଲଣ ପଡ଼ିଆ । ସ୍ଥାନୀୟ ବିଧାୟକଙ୍କ ଉପସ୍ଥତିରେ ମୋଦି ସରକାରଙ୍କ ଯୋଜନାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏପରି ହୀନ ଷଡଯନ୍ତ୍ର କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଯୋଜନା କେମିତି ରାଜ୍ୟର କୋଣ ଅନୁକୋଣେ ପହଞ୍ଚିବ... ଗରିବ, ଖଟିଖିଆ ଏହି ଯୋଜନା ବିଷୟରେ ଜାଣିବେ ଏବଂ ଲାଭର୍ଥୀ ଯୋଜନାରେ ସାମିଲ ହୋଇ ପାରିବେ ସେନେଇ ଚାଲିଥିଲା କାର୍ଯ୍ୟକ୍ରମ । ହେଲେ କରାଇ ଦେଲାନି ଶାସକ ଦଳ । ଗୁରୁତ୍ଵପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାରଙ୍କର ଜନହିତ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ବିଜେପି ବିଧାୟକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଶାସକ ଦଳ ଏମିତି ହୀନମନ କରି ଯେଉଁ କାମ କଲା ତାହାକୁ କେବଳ ଭଦ୍ରକ ନୁହେଁ ବରଂ ପୂରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
📱 Get Argus News App
✨ଅଧିକ ଦେଖନ୍ତୁ :