ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ନିଜ ଦଳର ନେତା

ଅର୍ଗସ ବ୍ୟୁରୋ: ବଢିଲା ବିଜେଡି କନ୍ଦଳ । ସ୍ଥାନୀୟ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ନିଜ ଦଳର ନେତା । ଜଗତସିଂହପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ । ଏକ ବିରାଟ ବାଇକ ଶୋଭାଯାତ୍ରାରେ ଗାନ୍ଧୀ ଛକରୁ ବାହାରି ଚର୍ଚ୍ଚିକା ବଜାରରେ ଜନସମାବେଶକୁ ସମ୍ଵୋଧିକ କରି ଵର୍ତ୍ତମାନର ଵିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଉପରେ ଵିଷ ଓଗାଳିଛନ୍ତି । ୫ ବର୍ଷରେ ବିଧାୟକ ଏଠି କଣ କରିଛନ୍ତି ସମସ୍ତଙ୍କୁ ଜଣା । ଚାନ୍ଦା କଲେକସନ୍, କୋଭିଡ ଟଙ୍କା ହଡ଼ପ ଭଳି ଦୁର୍ନୀତିର ପୋଲ୍ ଖୋଲି ନାଁ ନନେଇ ପରୋକ୍ଷରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲିଙ୍କୁ କଟୁ ସମାଲୋଚନା କରିଛନ୍ତି ଅମରେନ୍ଦ୍ର ।
ସେହିପରି ନୂଆବର୍ଷରେ ବନ୍ଧୁ ମିଳନ ଆଳରେ ଆଶାୟୀ ପ୍ରାର୍ଥୀଙ୍କ ପାୱାର ସୋ । ସୁଶାନ୍ତ ରାଉତଙ୍କ ଗଡ଼ରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁର ଗାଁରେ ଦଳୀୟ ସଭା କରିବା ସହ 24 ନିର୍ବାଚନ ପାଇଁ ଟିକେଟ ରେସରେ ମୁଁ ଅଛି ଓ ଲୋକ ମୋ ସହିତ ଥିବା କହିଛନ୍ତି ପ୍ରିୟଦର୍ଶୀ । ସେପଟେ ବନ୍ଧୁ ମିଳନ ନାଁରେ ଆସିକା ନିର୍ବାଚନ ମଣ୍ଡଳୀ ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ବିରୋଧରେ ଏକାଠି ହୋଇଥିଲେ 39 ପଞ୍ଚାୟତ ଓ ଆସିକା ଏନଏସିର ପୁରୁଖା ନେତା । ପୁଣି ତେଜିଲା ମାଆ, ପୁଅ ହଟାଓ ସ୍ବର । ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଆସିକା ବିଧାୟିକା କିମ୍ବା ତାଙ୍କ ପରିବାର କୌଣସି ସଦସ୍ୟଙ୍କୁ ଟିକେଟ ନଦେବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ ଦକ୍ଷିଣ ଓଡିଶା ସରପଞ୍ଚ ସଙ୍ଘ ସଭାପତି ଟୁଟୁ ମଲ୍ଲିକ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: