Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାଉଥ୍‌ ଦେଲାଣି କମ୍ପନ : କନ୍ଦଳ ବେଶୀ, କାମ ପୂରା କମ

Odisha

ସାଉଥ୍‌ ଦେଲାଣି କମ୍ପନ : କନ୍ଦଳ ବେଶୀ, କାମ ପୂରା କମ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସାଉଥ୍‌ ଦେଲାଣି କମ୍ପନ : କନ୍ଦଳ ବେଶୀ, କାମ ପୂରା କମ

Key Points

  • ବିଜେଡିକୁ ସାଉଥ୍‌ ଟେନସନ୍‌
  • କନ୍ଦଳ ବଢୁଛି, ନେତାଙ୍କ ଛାନିଆ ବି ବଢୁଛି
  • ବିଜେପି ମୁହାଁ ବିଜେଡି ନେତା

ଅର୍ଗସ ବ୍ୟୁରୋ: ପୂର୍ବ ତ ଥିଲା ଏବେ ଦକ୍ଷିଣରେ ବି ଗାଜିଲାଣି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଶଙ୍ଖ ଶିବିରରେ ସେତିକି ସେତିକି କନ୍ଦଳ ବଢୁଛି । ସ୍ଥିତି ଏମିତି ହେଲାଣି ଯେ ଏବେ ଶଙ୍ଖରେ ନିଜକୁ ଆଉ ସୁରକ୍ଷିତ ନୁହେଁ ବରଂ ପଦ୍ମ ପୋଖରୀରେ ଭବିଷ୍ୟତ ଦେଖିଲେଣି ସାଉଥ୍‌ ନେତା । ସେଇଥି ଲାଗି ତ ଦଳର ଶୀର୍ଷ ସ୍ତରରେ ବଢିଲାଣି ଚିନ୍ତା ।

ବିଜେଡିରେ ଏବେ କେମିତି ଗୋଷ୍ଠୀ କନ୍ଦଳ ଚାଲିଛି ତାହା କାହାକୁ ବି ଅଛପା ନାହିଁ । କାରଣ ସଜସଜ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଜୟପୁର ବିଜେଡି ନେତା ହିମାଂଶୁ ମହାପାତ୍ର ମଧ୍ୟ ଏବେ ପଦ୍ମ ଶିବିରରେ । କୁହାଯାଉଛି କି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁଗତ ତଥା ପୂର୍ବତନ ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ସହ ମତଭେଦକୁ ନେଇ ଦଳ ଛାଡିଛନ୍ତି ରଘୁରାମ । ରଘୁରାମଙ୍କୁ ଶାନ୍ତ କରିବା ଲାଗି ଇଶ୍ୱରଙ୍କ ସ୍ଥାନରେ ଝିନ୍ନ ହିକ୍କାଙ୍କୁ ସଭାପତି କରିଥିଲା ଦଳ । ହେଲେ ଝିନ୍ନ ଏବେ ଏକ ଘରିକିଆ ଭଳି । ସବୁ ବୁଝୁଛନ୍ତି ଇଶ୍ୱର ପାଣିଗ୍ରାହୀ । ହେଲେ ଇଶ୍ଵର ଓ ରବିଙ୍କ ଭିତରେ ତୁ ତୁ ମେଁ ମେଁ ଚାଲିଛି । ତେଣୁ ନିର୍ବାଚନ ବୈତରଣୀରେ ଦଳ କୁଆଡେ ଭାସିଯିବ ବୋଲି ଚର୍ଚ୍ଚା ଜୋର ।

ଇଏ ତ ଥିଲା ଟ୍ରେଲର ।  ହେଲେ ଫିକଚର ଦେଖିଲେ ମୁଣ୍ଡ ଝାଏଁ ଝାଏଁ କରିଦେବ । କାରଣ ରାୟଗଡାରେ ଏନ ଭାସ୍କର ରାଓ ଓ ସଭାପତି ସୁଧୀର ଦାସଙ୍କର ଛତିଶ କାଁ ଆଙ୍ଖଡା । ଭାସ୍କର ବି ନିର୍ବିବାଦୀୟ ନୁହେଁ । ମାଓବାଦୀଙ୍କ ସହ ମିଶି ଟ୍ରକ୍‌ ମାଲିକଙ୍କଠୁ କୋଟି କୋଟି ଚାନ୍ଦା ନେଇଥିବା ପରି ସଙ୍ଗୀନ ମାମଲାରେ ସେ ଛନ୍ଦି ହୋଇଥିଲେ । ତେଣୁ ଦଳର କୌଣସି ବି କାର୍ଯ୍ୟକ୍ରମରେ ସୁଧୀନ ଓ ଭାସ୍କର ଏକାଠି ବସୁ  ନାହାନ୍ତି । ତେଣୁ କନ୍ଦଳ ଏବେ ଜଳଜଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥାରେ ଅଛି ଦ୍ଵିତୀୟ ଶ୍ଚ କଳି ତୃତୀୟ ଶ୍ଚ ଲାଭ । ଯାହାର ଉଦାହରଣ ହେଉଛି ୨୦୧୯ ନିର୍ବାଚନ । ରାୟଗଡ଼ା ଆସନରେ ବାଜି ମାରିଥିଲେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି । ଗୁଣୁପୁର ବ୍ଲକ ଓ ପୌରପାଳିକାରେ ବି ସ୍ୱାଧୀନ ପ୍ରାର୍ଥୀଙ୍କର ବାଜିମାତ ହୋଇଛି । ତେଣେ  ନବରଙ୍ଗପୁରରେ ସାସଂଦ ରମେଶ ମାଝୀ ଓ କଂଗ୍ରେସରୁ ଆସିଥିବା ପ୍ରଦୀପ ମାଝୀଙ୍କ ମଧ୍ୟରେ କଳି ବଢିବାରେ ଲାଗିଛି । ଦଳର କଥା ଏବେ ବାଟରେ ଗଡି ହାଟରେ ପଡିଲାଣି କିନ୍ତୁ ନେତାଏ କହୁଛନ୍ତି ଆମେ ଖୁସି ।  ହେଲେ ସେମାନେ କେତେ ଖୁସି ଆଉ ମାତ୍ର ୬ ମାସରେ ଜଣାପଡିଯିବ । କଥାରେ ଅଛି ଗାଲୁଆଙ୍କ ବାରବାଟୀ ଚାଷ । ଠିକ୍‌ ସେମିତି ସବୁ ଫାଳପାଳ ହେଲାଣି ଦଳ କହୁଛି ଆମେ ପୂରା ଗୋଟା ।

 

Sponsored
BJD | Argus English