ବିଲୁପ୍ତ ପକ୍ଷୀ ଉଦ୍ଧାର
·2 years ago

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ଅନ୍ତର୍ଗତ ଅକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଧରପୁର ଗାଁରୁ ଏକ ବିରଳ ପ୍ରଜାତିର ପକ୍ଷୀ ତଳେ ପଡ଼ିଯିବା ପରେ ଗାଁ ଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ପକ୍ଷୀଟିକୁ ଗାଁ ଲୋକେ ରାମଙ୍କ ପୂଜାସ୍ଥଳୀରେ ରଖିଥିଲେ ଏବଂ ପରେ ପକ୍ଷୀଟିକୁ ପଶୁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ।
ଗାଁ ଲୋକେ ବନ ବିଭାଗକୁ ଏ ନେଇ ଅବଗତ ମଧ୍ୟ କରୁଥିଲେ। ଆଜି ସକାଳୁ ବନ ବିଭାଗର ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର ଏବଂ ବନ ବିଭଗ କର୍ମଚାରୀ ପକ୍ଷୀଟିକୁ ଉଦ୍ଧାର କରି ଭୁବନେଶ୍ୱର ନନ୍ଦନକାନନକୁ ନେଇଥିଲେ। ତେବେ ବନ ବିଭାଗର ଅଧିକାରୀଙ୍କ କହିବା କଥା ଏହା ଏକ ବିରଳ ପ୍ରଜାତିର ବିଲୁପ୍ତ ଆମେରିକାନ ପକ୍ଷୀ। ଯାହାର ସୁରକ୍ଷା ନିତାନ୍ତ ଆବଶ୍ୟକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: